oom

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଯୋଗ ଅଧିବେଶନ ଆୟୋଜିତ

jsmm

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପାଳିତ ହେବ । ଏହି କ୍ରମରେ ଆଜି କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଭୁବନେଶ୍ୱର ପକ୍ଷରୁ ଯୋଗ ଅଧିବେଶନ ଆୟୋଜିତ ହୋଇଯାଇଛି । ଭାରତୀୟ ଯୋଗ ସଂସ୍ଥାନ, ଭୁବନେଶ୍ୱର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗପ୍ରେମୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି । ଯୋଗାଭ୍ୟାସ ମାଧ୍ୟମରେ ଶାରୀରିକ ଓ ମାନସିକ କଲ୍ୟାଣ ସାଧନ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ‘‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’’ ବିଷୟବସ୍ତୁକୁ ନେଇ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ କରାଯିବ । ଏହା ସାମଗ୍ରିକ କଲ୍ୟାଣ ଏବଂ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଲାଗି ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥାଏ । ଏକ ସନ୍ତୁଳିତ ଜୀବନଶୈଳୀ ଆପଣାଇବା ଲାଗି ଯୋଗକୁ ଏକ ମାଧ୍ୟମ ରୂପେ ଗ୍ରହଣ କରିବା ଲାଗି ଅନ୍ତର୍ଜାତୀୟ ଯୋଗ ଦିବସ ସାରା ବିଶ୍ୱର ଲୋକମାନଙ୍କୁ ଉତ୍ସାହିତ କରିଥାଏ । ଭୁବନେଶ୍ୱର ସିବିସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସିବିସିର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନାଙ୍କ ସମେତ ସିବିସି ଅଧିକାରୀ ଓ କର୍ମଚାରୀ ଏବଂ ଭାରତୀୟ ଯୋଗସଂସ୍ଥାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.