ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ଅଧିବେଶନ

ବଙ୍ଗୋମୁଣ୍ଡା/କଟକ, (ହୁଲେଶ୍ୱର ହଂସ) : ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ଅଧିବେଶନ ଶ୍ରୀ ରଘୁନାଥ ଜୀଉ ମନ୍ଦିର ତେଲେଙ୍ଗାନା ବଜାର କଟକଠାରେ ଅନୁଷ୍ଠିତ ହୋଇଯାଇଅଛି । ସଭାରେ ବରିଷ୍ଠ ସମ୍ବାଦିକ ଅରୁଣ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ସଂସ୍କୃତ ଶିକ୍ଷକ ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସମ୍ମାନୀୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତତମ କୁଲ ସଚିବ ବାବାଜି ଚରଣ ପଟ୍ଟନାୟକ, ଡଃ ନାରାୟଣ ମିଶ୍ର , ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ପରୀକ୍ଷା ସଂଚାଳକ ଡଃ ଚିତରଙ୍ଗ ଷଡଙ୍ଗୀ ସାଧାରଣ ସମ୍ପାଦକ ଡଃ ଶୈଳେନ୍ଦ୍ର ନାରାୟଣ ପାଢୀ ଯାଜପୁର ସମ୍ପାଦକ ନରହରି ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଜଗତସିଂହପୁର ସମ୍ପାଦକ ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଏକ ରିଟର୍ଣ୍ଣିଂ କମିଟି ଗଠନ କରାଯାଇ ମହାମଣ୍ଡଳର ନୂତନ କର୍ମକର୍ତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଉପଦଷ୍ଟା ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବିଧାୟକ ଅଶୋକ ବଳ, ପଣ୍ଡିତ ନାରାୟଣ ଚନ୍ଦ୍ର ଦାସ, ଚତୁର୍ଭୁଜ ତ୍ରିପାଠୀ, କ୍ଷିରୋଦ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀଧର ବେହେରା ମନୋନୀତ ହୋଇଥିଲେ । ସଭାପତି ଭାବେ ଲୋକଭାଷା ପ୍ରଚାର ସମିତିର ଅଧ୍ୟକ୍ଷ ଡଃ ସଦାନନ୍ଦ ଦୀକ୍ଷିତ, ଉପସଭାପତି ସୁବାଷ ଚନ୍ଦ୍ର ପାଣି, ରମେଶ ଚନ୍ଦ୍ର ପଧାନ, କାର୍ଯ୍ୟକାରୀ ସଭାପତି ଭାବେ ଡଃ ଶୈଳେନ୍ଦ୍ର ନାରାୟଣ ପାଢୀ, ସାଧାରଣ ସମ୍ପାଦକ ଡଃ ଚିତରଂଜନ ଷଢଙ୍ଗୀ, ସାଧାରଣ ସମ୍ପାଦକ ଡଃ ନାରାୟଣ ମିଶ୍ର, ସମ୍ପାଦକ ଅଜିତ କୁମାର ପ୍ରଧାନ, ସଙ୍ଗଠନ ସମ୍ପାଦକ ଡଃ ସିଦ୍ଧେଶ୍ୱର ପଣ୍ଡା, ସୁଶାନ୍ତ କୁମାର ତିହାରୀ, କୋଷାଧ୍ୟକ ଭାବେ ଆର୍ତତ୍ରାଣ ତ୍ରିପାଠୀ ମନୋନୀତ ହୋଇଛନ୍ତି । ଡଃ ନାରାୟଣ ମିଶ୍ର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ସାରା ଓଡିଶାରେ ଶିକ୍ଷକ ଓ ପଣ୍ଡିତମାନଙ୍କ ମୁହଁରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.