ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ହରିହର ଶତପଥୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ହରିହର ଶତପଥୀ(୮୬)ଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସଫଳତାର ସହ ଶିକ୍ଷକତା କରି ସ୍ଥାନୀୟ ପିଆର୍‌ ହାଇସ୍କୁଲରୁ ସେ ଅବସର ଗ୍ରହଣ କରିଥିଲେ । ସୂଚନା ଅନୁସାରେ ବୃଦ୍ଧାବସ୍ଥା ଜନିତ ରୋଗାଗ୍ରସ୍ତ ହେବା ପରେ ସ୍ଥାନୀୟ ସ୍ୱରାଜ ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଆଜି ଅପରାହ୍ନ ୫ଟା ସମୟରେ ତାଙ୍କ ପରଲୋକ ହୋଇଯାଇଛି । ତାଙ୍କ ଦେହାନ୍ତରେ ସାରା ଶିକ୍ଷକ ଜଗତରେ ତଥା ବଲାଙ୍ଗିର ସହରରେ ଶୋକର ଛାୟରା ଖେଳି ଯାଇଛି ।

Leave A Reply

Your email address will not be published.

error: Content is protected !!