ଭିସି ଜରିଆରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ – ଯୋଗଦେଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ, (ସଞ୍ଜୟ ନାୟକ) : ଟିଟିଲାଗଡ ନିକଟସ୍ଥ ସିଲୁଆଁ ଠାରେ ଅବସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ ଜୈନ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ବ୍ଲକ ଉପାଧ୍ୟକ୍ଷ ଜଗତ ରାମ ରଣା, ଜିଲ୍ଲା ପରିଷଦ ସଞ୍ଜୟ ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିରାମ ମାଝୀ, କୋଦଣ୍ଡ ଧର ଭୋଇ, ଶିଲୁଆଁ ସରପଞ୍ଚଙ୍କ ପ୍ରତିନିଧି, ସମିତି ସଭ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ନବୀନ ଜୈନ ଏହି ଆଦର୍ଶ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ପାଇଁ ଏକ ବର ଦାନ ସଦୃଶ ବୋଲି କହିଥିଲେ ।

Leave A Reply

Your email address will not be published.