
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜ୍ଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୯୩୫୪ଟି ମାମଲା ମଧ୍ୟରୁ ୨୪୯୧ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୨,୧୩,୮୭,୦୨୦ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ସମ୍ପର୍କିତ ୪୭୨୪ ଗୋଟି ମାମଲା ମଧ୍ୟରୁ ୨୩୬ଟି ଅଦାଲତରେ ଅପୋଷ ବିଚାର ହୋଇ ୯୯ ଲକ୍ଷ ୨୪ ହଜାର ୭୨ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡ଼ିଛି । ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀଭୁକ୍ତ ୪୬୩୦ ଗୋଟି ମାମଲା ମଧ୍ୟରୁ ଏନ୍. ଆଇ. ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୪୭ଟି ମାମଲା ମଧ୍ୟରୁ ୧୮ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୮୪ଟିରୁ ୧୩ଟି, ମୋଟର ଯାନ ଦୁର୍ଘଟଣା ମାମଲା ୨୨୪ଟିରୁ ୫ଟି, ବୈବାହିକ (ଛାଡ଼ପତ୍ର ବ୍ୟତୀତ) ସମ୍ବନ୍ଧୀୟ ୪୩ଟି ମାମଲା ମଧ୍ୟରୁ ୨୧ଟି, ରାଜସ୍ୱ ମାମଲା ୨୯୮୨ଟି ମଧ୍ୟରୁ ୧୭୩୯ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୨୧୪ଟି ମଧ୍ୟରୁ ୫୬ଟି ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ୪୦୩ଟି ମିଶାଇ ମୋଟ ୨୨୫୫ଟି ମାମଲାର ଫଇସଲା କରାଯାଇ ମୋଟ ୧,୧୪,୬୨,୯୪୮ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ଶ୍ରୀମତୀ ପ୍ରଜ୍ୟୋତି ରାଉତ, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସତ୍ୟନାରାୟଣ ପାତ୍ର, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁମନ କୁମାର ମିଶ୍ର, ସିନିଅର୍ ସିଭିଲ୍ ଜଜ୍ (ଏଲ୍.ଆର୍ ଓ ଏଲ୍.ଡି.ଭି) ସୁଦାମ ଚରଣ ଦାଶ, ସିନିଅର ସିଭିଲ୍ ଜଜ୍ ଡା. ନିଶାକର ସାହୁ, ଅତିରିକ୍ତ ସିନିଅର ସିଭିଲ୍ ଜଜ୍ ସୂର୍ଯ୍ୟ ଦାସ, ଦ୍ଵିତୀୟ ଅତିରିକ୍ତ ସିନିଅର ସିଭିଲ୍ ଜଜ୍ କୈଳାଶ ସାହୁ, ରେଜିଷ୍ଟ୍ରାର ନୀହାର ରଞ୍ଜନ ସାହୁ, ଏସ୍.ଡି.ଜେ.ଏମ୍. ଶ୍ରୀମତୀ କୁୱେଲ ପଟ୍ଟନାୟକ, ଜେ.ଏମ୍.ଏଫ୍, ସି-1 (Cog. Taking) ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ଵାଇଁ, ଜେ.ଏମ୍.ଏଫ୍.ସି ଦୀପାଳି ଦାସ, ଜେ.ଏମ୍.ଏସ୍.ସି କୁମାରୀ ମଧୁଶ୍ରବା ମହାନ୍ତି, କୁମାରୀ ସୀମା ଅଗ୍ରୱାଲ, ଶୁଭ୍ରାଂଶୁ ଠାକୁରଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚରେ ନିଯୁକ୍ତ ଥିବା ସଦସ୍ୟ ତଥା ସରକାରୀ ଓକିଲ ହିମାଂଶୁ କୁମାର ପାଣିଗ୍ରାହୀ, ଆଇନଜୀବୀ ତାପସ କୁମାର ଦତ୍ତ, ପ୍ରଦୀପ କୁମାର ଜେନା, ପ୍ରଣତୀ ମୁର୍ମୁ ଓ ଜୟଶ୍ରୀ ଦାସ ତଥା ବାରିପଦା ଓକିଲ ସଂଘର ଅନ୍ୟ ଆଇନଜୀବୀ ତଥା ବିଭିନ୍ନ ରାଷ୍ଟ୍ରୀୟତ/ ଘରୋଇ ବ୍ୟାଙ୍କ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।