om academy

ବଲାଙ୍ଗିରରେ ରାଷ୍ଟ୍ରୀୟ ଲୋକ ଅଦାଲତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ନ୍ୟାୟାଧିଶ ଭିଜିଲାନ୍ସ ନ୍ୟାୟାଳୟ, ବଲାଙ୍ଗିର ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ବେଣୁଧର ପାତ୍ର, ଜଜ୍‌ ଫ୍ୟାମିଲି କୋର୍ଟ, ବଲାଙ୍ଗିର ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଥମ, ବଲାଙ୍ଗିର, ଅମିତ୍‌ କୁମାର ବାରିକ, ରେଜଷ୍ଟ୍ରାର, ସିଭିଲ କୋର୍ଟ, ବଲାଙ୍ଗିର, ଜନ୍ମେଜୟ ପଲେଇ, ସିଭିଲ୍‌ ଜଜ୍‌ (ବରିଷ୍ଠ) (LR & LTV), ବଲାଙ୍ଗିର, ଶ୍ରୀମତୀ ସସ୍ମିତା ସେଠୀ, ସିଭିଲ୍‌ ଜଜ୍‌ (କନିଷ୍ଠ), ବଲାଙ୍ଗିର, ମନୋଜ ମହାନ୍ତି, (S.D.J.M), ବଲାଙ୍ଗିର, ପ୍ରକାଶ କୁମାର କର, ଜେ.ଏମ୍‌.ଏଫ୍‌.ସି, ବଲାଙ୍ଗିର, ଶ୍ରୀମତୀ ଭାଗ୍ୟଶ୍ରୀ ପତି, ଜେ.ଏମ୍‌.ଏଫ୍‌.ସି ।।, ବଲାଙ୍ଗିର, ପବ୍ଲିକ ପ୍ରୋସିକ୍ୟୁଟର (ଜିଲ୍ଲା ଜଜ୍‌ କୋର୍ଟ), ବଲାଙ୍ଗିର ସୁବାଷ ଚନ୍ଦ୍ର ମହାନ୍ତ ଏବଂ ସମସ୍ତ ଓକିଲମାନେ ଉପସ୍ଥିତ ଥିଲେ । ଉକ୍ତ ଲୋକ ଅଦାଲତକୁ ବିନୟ କୁମାର ପାତ୍ର, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୬ଟି ଦେୱାନୀ ମକୋଦ୍ଦମା ଫଇସଲା ହୋଇଥିବା ବେଳେ ୧୦ଟି ବ୍ୟାଙ୍କ ମକୋଦ୍ଦମାର ସମାଧାନ କରାଯାଇ ଟ. ୨୦୯୪୫୪୨.୫୦ ଆଦାୟ ହୋଇଥିଲା । ୧୯ଟି ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ୍‌ ଟ.୧୧୦୭୫୦୦୦/- କ୍ଷତିପୁରଣ ଦେବା ପାଇଁ ଆଦେଶ ଦିଆଯାଇଥିଲା । ୨୫୩ଟି ଫୌଜଦାରି ମକୋଦ୍ଦମାର ଫଇସଲା କରାଯାଇ ଟ ୧୧୦୦/- ର ଜୋରିମାନା ଆଦାୟ ହୋଇଥିଲା । ୨୭୮ଟି ପ୍ରାକ୍‌ ମକୋଦ୍ଦମା ମାମଲାର ସମାଧାର କରାଯାଇ ଟ ୪୯୮୬୭୨୨/- ଆଦାୟ ହୋଇଥିଲା । ପାରିବାରିକ ମିଳାମିଶାରେ ୧୩ଟି ମାମଲା ଫଇସଲା ହୋଇଥିଲା ।

Leave A Reply

Your email address will not be published.