ଘରେ ଶୋଇଥିବା ବେଳେ ବାପା ପୁଅଙ୍କ ଉପରକୁ ଏସିଡ ମାଡ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି । ସୂଚନା ଅନୁଗତ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚୟତର ବୁଢାକୁନ୍ଦେଲ ଗାଁ ମୋହନ ପନ୍ଦର (୪୦) ନିଜ ୧୨ ବର୍ଷର ପୁଅ ଅନୁଜଙ୍କ ସହ ଶୋଇଥିଲେ । ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ ଘଣ୍ଟା ସମୟରେ ଶୋଇଥିବା ଅବସ୍ଥାରେ କେହି ଜଣେ ଦୁବୃର୍ତ୍ତ ଆସି ଏସିଡ ଫିଙ୍ଗି ଦୌଡ଼ି ପଳେଇଥିଲେ । ଏସିଡ ମାଡ଼ରେ ବାପା ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏସିଡ ମାଡ଼ର ଶିକାର ହୋଇଥିବା ମୋହନ ପନ୍ଦର ଓ ତାଙ୍କ ପୁଅର ଛାତି ଓ ମୁହଁ ପୋଡି ଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି । ଖବର ପାଇବା ପରେ ଘଟଣା ସ୍ଥଳରେ ତୁମୁଡିବନ୍ଧ ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.