centurian jitm

ସଂକଳ୍ପ ପରିବାର କଲା ଅଚିହ୍ନା ଶବ ସତ୍କାର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଆଜି ଶନିବାର ଏକ ଅଚି ଶବ ସତ୍କାର କରାଯାଇଛି । ସୂଚନା ମୁତାବକ ଗତ ଚାରିଦିନ ତଳେ ସହେଲା ଥାନା ଅନ୍ତର୍ଗତ ପଣ୍ଡାକିପାଳି ରାଉତ ଟିକିରା ଗ୍ରାମ ରାସ୍ତା କଡରେ ଏକ ଅଚିହ୍ନା ବ୍ୟକ୍ତିର ମୃତ ଶରୀର ପଡିରହିଥିବା ବିଷୟରେ ସହେଲା ପୋଲିସ ପାଖକୁ ଖବର ଆସିଥିଲା । ଘଟଣା ସ୍ଥଳକୁ ସୋହେଲା ପୋଲିସ କର୍ମଚାରୀ ପହଁଞ୍ଚି ମୃତ ବ୍ୟକ୍ତିର ପଞ୍ଚାନାମା କରିବା ସହିତ ତାର ପରିଚୟ ତଥା ମୃତ୍ୟୁର କାରଣକୁ ନେଇ ଅନୁସନ୍ଧାନ କରିଥିଲେ ହେ ତାର କୌଣସି ପରିଚୟ ନମିଳିବାରୁ ସହେଲା ଥାନା ୧୧/୦୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ ଓ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସରକ୍ଷଣ ଗୃହରେ ରଖାଯାଇଥିଲା । ଆଜି ଶନିବାର ୯୬ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ତାର କୌଣସି ଦାବିଦାର ନଆସିବାରୁ ସୋହେଲା ପୋଲିସର ଅନୁରୋଧ କ୍ରମେ ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ଆଜି ଅପରାହ୍ନ ସମୟରେ ଶବ ସତ୍କାର କରାଯାଇଛି । ସୋହେଲା ପୋଲିସ ଏସ. ଆ ଆର. ଏନ୍ ପ୍ରଧାନଙ୍କ ଉପସ୍ଥିତିରେ ସଂକଳ୍ପ ପରିବାରର ସମ୍ପାଦକ ଜି ରମେଶ, ଚିନ୍ମୟ ପାଣ୍ଡେ ଓ ସଂଗ୍ରାମ ସାହୁ ପ୍ରମୁଖ ଶବ ସତ୍କାର କରିଥିଲେ ।

Leave A Reply

Your email address will not be published.