oum

ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ବିଦ୍ୟୁତ ପରଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ । ଭାରତ ବର୍ଷରେ ସ୍ୱଜାଗରଣ ତଥା ବ୍ୟଷ୍ଟି, ସମଷ୍ଟି, ସୃଷ୍ଟି ଓ ପରମେଷ୍ଟି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ପ୍ରାରମ୍ଭରେ ସାନ୍ଧ୍ୟ ବନ୍ଦନା ପରେପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ଏଥିରେ ବାଦ୍ୟ ଯନ୍ତ୍ରରେ ଅନ୍ତର୍ଯ୍ୟାମୀ ମେହେର ଓ ରମେଶ ଗୁର୍ଲା ସହଯୋଗ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସହ ଜିଲ୍ଲା ପ୍ରମୁଖ ମନୋଜ କୁମାର ପଣ୍ଡା, ସଂକୁଳ ପ୍ରମୁଖ ଦ୍ୱାଦଶ ପଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟଶାଳାର ଉଦ୍ଦେଶ୍ୟ କଥନ କରିଥିଲେ । ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ପୃଥିରାଜ ସାହୁ, ଉପସଭାପତି ଗୋପାଳ କୃଷ୍ଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟଶାଳାଟିରେ ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରରୁ ୧୩୨ ଜଣ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟଶାଳାଟି ୩୦ ତାରିଖରେ ଉଦ୍‌ଯାପିତ ହେବ । ୨୭ ତାରିଖ ପ୍ରାତଃ କାଳାଂଶରେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ୱଳନ କରିଥିଲେ । ସମାଜସେବୀ ନିରୋଜ ଦୋରା, ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ, ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.