ପାଟଣାଗଡ, (ଅଶୋକ କୁମାର ବାଗ) : ନୂତନ ଉପଖଣ୍ଡ ଡାକ୍ତରଖାନା ସହରଠାରୁ ୩ କି.ମି. ଦୂରେ ଥିବାରୁ ପୁରୁଣା ହସ୍ପିଟାଲରେ ଓପିଡ଼ି ସେବା ପୁନଃଚାଲୁ କରିବା ଦାବୀରେ ଆଜି ପାଟଣାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଯାତାୟାତ ସମସ୍ୟା ଓ ଅଧିକ ଖର୍ଚ୍ଚରେ ଗରିବ, ବୃଦ୍ଧ–ବୃଦ୍ଧା ଓ ମହିଳାମାନେ ସବୁଠାରୁ ଅଧିକ ପୀଡ଼ିତ ହେଉଥିବାରୁ ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇଥିଲେ । ବନ୍ଦ ପ୍ରଭାବରେ ସମସ୍ତ ଦୋକାନ–ବଜାର, ସ୍କୁଲ–କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୂତ୍ର ଅନୁଯାୟୀ ୩ ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଛି ।