om academy

ବଲାଙ୍ଗିର ସେଂଚୁରିଆନ୍‌ ୟୁନିଭର୍‌ସିଟି ଓ ପାଟଣାଗଡ଼ ଜବାହରଲାଲ କଲେଜ ମଧ୍ୟରେ ଏକାଡେ଼ମିକ୍‌ ଏକ୍ସଚେନ୍ସ ପାଇଁ ଚୁକ୍ତି ସ୍ୱାକ୍ଷର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଂଚୁରିଆନ୍‌ ୟୁନିଭର୍‌ସିଟି ଓ ପାଟଣାଗଡ଼ ଜବାହରଲାଲ କଲେଜ ମଧ୍ୟରେ ଏକାଡେ଼ମିକ୍‌ ଏକ୍ସଚେନ୍ସ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସେଂଚୁରିଆନ୍‌ ୟୁନିଭର୍‌ସିଟ ପକ୍ଷରୁ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ, ଜୁଲୋଜି ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ସୁଜିତ କୁମାର ମିଶ୍ର ଏବଂ କେମେଷ୍ଟ୍ରି ବିଭାଗର ଅଙ୍କିତା ଶୁଭସ୍ମିତା ଗଡ଼ତ୍ୟା ଯୋଗଦାନ କରିଥିଲେ । ସେହିପରି ପାଟଣାଗଡ଼ ଜବାହରଲାଲ କଲେଜ ପକ୍ଷରୁ ଅଧ୍ୟକ୍ଷ ଦେବରାଜ ମିଶ୍ର, ଜୁଲୋଜି ବିଭାଗର ସହକାରୀ ପ୍ରଫେସର ରଶ୍ମିରଂଜନ ମିଶ୍ର, ଫିଜିକ୍ସ ବିଭାଗର ଆସୋସିଏଟ୍‌ ପ୍ରଫେସର ନବକିଶୋର ମିଶ୍ର ତଥା କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.