om academy

ଅବ୍ୟବସ୍ଥା ଘେରରେ ନୃସିଂହନାଥ ପୀଠ : ସାଧାରଣରେ ଅସନ୍ତୋଷ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷ ଓଡିଶା ପ୍ରାନ୍ତରେ ବରଗଡ଼ ଜିଲ୍ଲାର ପବିତ୍ର ଗନ୍ଧମାର୍ଦ୍ଦନ କୋଳରେ ଅଛି ନୃସିଂହନାଥ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ପ୍ରଭୁ ମାର୍ଯ୍ୟାର କେଶରୀ କେଉଁ କେତେ ଆବାହନ କାଳରୁ । ବିରାଡ଼ି ବେଶରେ ଛକି ବସିଛନ୍ତି ମୂଷିକ ଦୈତ୍ୟକୁ ମାରିବା ପାଇଁ, କେତେବେଳେ ମୂଷିକ ଦୈତ୍ୟ ବାହାରିବ ତାହା ଭଗବାନଙ୍କୁ ହିଁ ଜଣା । ଗନ୍ଧମାର୍ଦ୍ଦନ ପର୍ବତରେ ଅନେକ ଚିରସ୍ରୋତା ଝରଣା ରହିଛି । ସେଥି ମଧ୍ୟରୁ ଗୋଟିଏ ଝରଣା ଝରି ଆସି ପ୍ରବାହିତ ହେଉଛି ନୃସିଂହନାଥ ମନ୍ଦିର ପାଦଦେଶରେ । ଏହି ଝରଣାର ସ୍ଥାନେ ସ୍ଥାନେ ଅନେକ ଘାଟ ରହିଛି ଗାଧୋଇବା ପାଇଁ । ଭକ୍ତମାନେ ଏହି ଘାଟ ମାନଙ୍କରେ ବୁଡ଼ ପକାଇ ମହା ପାପରୁ ମୁକ୍ତି ପାଇଥାନ୍ତି । ହଜାର ହଜାର ଭକ୍ତ ଛତିଶଗଡରୁ ଏଠାକୁ ପ୍ରତିଦିନ ବୁଡ଼ ପକାଇ ମୁକ୍ତି ପାଇବା ପାଇଁ ଧାଇଁ ଆସିଥାନ୍ତି । ତେଣୁ ନୃସିଂହନାଥର ଝରଣାକୁ ଛତିଶଗଡ଼ର ଗଙ୍ଗା ବୋଲି ମାନ୍ୟତା ମିଳିଛି । ନୃସିଂହନାଥ ଝରଣାରେ ଅସ୍ଥି ବିସର୍ଜନ କରନ୍ତି ଛତିଶଗଡର ଜନସାଧାରଣ । ସେମାନେ ସୁଦୂର ଗଙ୍ଗାନଦୀକୁ ଯାଆନ୍ତି ନାହିଁ । ନୃସିଂହନାଥ ହେଉଛି ତାଙ୍କର ଗଙ୍ଗା । ଗାଈ ବଧ, ଗାଈ ହରଣ ଇତ୍ୟାଦି ମହାପାପୀ ମାନେ ମଧ୍ୟ ଏଠାକୁ ଦୈନିକ ପ୍ରାୟଶ୍ଚିତ କରିବା ପାଇ ଆସନ୍ତି । ତେବେ ପୁରୋହିତମାନେ ଅସ୍ଥି ବିସର୍ଜନ, ଗାଈ ହରଣ ଇତ୍ୟାଦି ଲୋକଙ୍କ ପୁଜାପାଠ ହୋମ କରି ନୃସିଂହନାଥର ଗୋକୁଣ୍ଡ ଘାଟରେ ବୁଡ଼ ପକାଇବା ପାଇ କହିଥାନ୍ତି । ବର୍ତ୍ତମାନ ଦେଖିବାକୁ ମିଳୁଛି ସେହି ଗୋକୁଣ୍ଡ ଘାଟକୁ ଆଉ ଯିବାକୁ ପଡ଼ୁନାହିଁ । କାରଣ ଗୋକୁଣ୍ଡ ଘାଟକୁ ଯିବା ପାଇଁ ରାସ୍ତାରେ ଷ୍ଟିଲ ରେଲିଙ୍ଗ ଦିଆଯାଇ ବନ୍ଦ କରି ଦିଆଯାଇଛି । ଭକ୍ତମାନେ ନୃସିଂହନାଥ ଝରଣାରେ ଗାଧୋଇ ଗୋକୁଣ୍ଡଘାଟରେ ପ୍ରାୟ ବୁଡ଼ ପକାନ୍ତି, ନତୁବା ମୁଣ୍ଡରେ ପାଣି ଛିଞ୍ଚନ୍ତି, କିନ୍ତୁ ପ୍ରଶାସନକୁ ଧନ୍ୟବାଦ ସେମାନେ ଏହି ପୁଣ୍ୟ ଗୋକୁଣ୍ଡ ଘାଟକୁ ବନ୍ଦ କରି ଦେଇଛନ୍ତି । ଝରଣାରେ କୁଢ଼ କୁଢ଼ ମଇଲା, ଅଇଁଠା ପତ୍ର ପଡିଛି, ବାଳ କାଟି ସବୁ ଝରଣାରେ ପକା ଯାଉଛି, ଅସ୍ଥି ବିସର୍ଜନ ପୂର୍ବରୁ ପଞ୍ଚୁପାଣ୍ଡବ ଘାଟରେ କରାଯାଉଥିଲା, ଏବେ ଶିବ ମନ୍ଦିର ନିକଟରେ କରାଯାଇ । ସେଠାରେ ଅସ୍ଥି ବିସର୍ଜନ ଓ ବାଳ ମୁଣ୍ଡନ କରି ଶିବ ମନ୍ଦିର ନିକଟରେ ପକାଯାଉଛି । ଯଦ୍ୱାରା ଝରଣା ପାଣି ଦୂଷିତ ହେଉଛି । ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ନାହିଁ । ମନ୍ଦିର ଉନ୍ନତି କରଣ କାମ କରାଯାଇ ସହ ସହ ଗଛ କଟାଯାଇଛି । ଘାସ ଲଗାଇବା ପରିବର୍ତ୍ତେ ଯୁଆଡେ ଯିବେ ପଥର ବସା ଯାଇଛି । ସବୁଆଡେ କଂକ୍ରିଟ ସିମେଣ୍ଟ ଯୋଗୁ ବାକି ଥିବା ଗଛ ଗୁଡିକ ମରି ଯାଇ ଛିଡା ହୋଇଛି । ଦୋକାନ ଘର ଗୁଡିକ ଏତେ ଛୋଟ ସେଥିରେ ଦୋକାନୀମାନେ କିଛି ସାମଗ୍ରୀ ରଖି ନପାରି ବାଧ୍ୟ ହୋଇ ରୋଡ଼ ଉପରେ ଦୋକାନ ବସାଉଛନ୍ତି । ପ୍ରଶାସନ ତଥା ମନ୍ଦିରରେ କାର୍ଯ୍ୟରତ ଅଫିସରଙ୍କୁ ଏସବୁ ଦେଖା ଯାଉ ନାହିଁ କି ? ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏମିତି ଅଖାଡୁଆ ପରିସ୍ଥିତି ଯୋଗୁ ଉପୁଜୁଛି ଜନ ଅସନ୍ତୋଷ ।

Leave A Reply

Your email address will not be published.