om academy

ଏବିଭିପି ପକ୍ଷରୁ ରକ୍ଷାବନ୍ଧନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାର୍ଥୀ ପରିଷଦର କର୍ଯ୍ୟକର୍ତାମାନେ ଦେଶକୁ ସୁରକ୍ଷା ଦେଉଥିବା ସିରାପିଏଫ୍‌ ଯବାନମାନଙ୍କୁ ପ୍ରଥମେ ଯାଇ ରାକ୍ଷୀ ବାନ୍ଧିଥିଲେ, ତାପରେ ସମାଜ ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁରକ୍ଷା ଦେଉଥିବା ଡାକ୍ତର ଓ ପୋଲିସ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହା ଯାଉଥିବା ସାମ୍ବାଦିକ ଭାଇମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ ଏବଂ ଅଧ୍ୟାପକ ଓଏବିଭିପିର ଶୁଭେଚ୍ଛୁମାନଙ୍କୁ ମଧ୍ୟ ରାକ୍ଷୀ ବନ୍ଧାଯାଇଥିଲା । ଆଜିର ଛାତ୍ରଛାତ୍ରୀମାନେ ପାଶ୍ଚାତ୍ୟ ପରମ୍ପରାକୁ ଅନୁକରଣ କରୁଥିବା ବେଳେ ବିଦ୍ୟାର୍ଥୀ ପରିଷଦ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଆଖି ଆଗରେ ରଖି ରକ୍ଷା ବନ୍ଧନରେ ସମାଜ ଓ ଦେଶକୁ ସୁରକ୍ଷା ଦେଉଥିବା ବ୍ୟକ୍ତିଙ୍କୁ ନିଜ ଭାଇ ମାନି ରାକ୍ଷୀ ବାନ୍ଧିଛି । ଏହି କାର୍ଯ୍ୟକ୍ରମରେ ରିଙ୍କି ପୋଢ଼, ନିଲମ ପ୍ରଧାନ, କଳ୍ପନା ବ୍ୟାସ, ରୂପଲି ବ୍ୟାସ, ବିଶ୍ୱଜିତ ହୋତା, ଲଳିତ ଦାସ ଓ ରାଜ୍ୟ ସହସମ୍ପାଦକ ବିଜୟ କଲତା ଉପସ୍ଥିତ ଥିଲେ ।

1 Comment
  1. Basudev Suna says

    Feeling so proud😊 M so lucky🤩 to have Sisters🙈 like both @kalpana🤗 vyas & @Rupali❤ vyas 🤟😇

Leave A Reply

Your email address will not be published.