jayashree

ମଲ୍ଲାଡଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲ୍ଲାଡଠାରେ ପ୍ରତିଷ୍ଠିତ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଶାନ୍ତି ଅନନ୍ଦାଶ୍ରମ ଶାଖାର ୪୪ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । କରମଳା ଶାନ୍ତି ଆନନ୍ଦାଶ୍ରମର ଆଚାର୍ଯ୍ୟ ଶ୍ରୀ ଶ୍ରୀ ବଳରାମ ଦାସ୍ ମହାରାଜଙ୍କ ନିର୍ଦ୍ଦେଶରେ ନାମ-ଯଜ୍ଞ, ଗୀତା-ଯଜ୍ଞ, ଘୃତ-ଯଜ୍ଞ, ଅନ୍ନ-ଯଜ୍ଞ ଆଦି ବିଧିବଦ୍ଧ ଭାବେ ଗତ ୨୯ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୨ତାରିଖରେ ଯଥାରୀତିରେ ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ସଭିଙ୍କୁ ଭକ୍ତି ଭାବାପନ୍ନରେ ଆହ୍ଲାଦିତ କରିଥିଲା । ମଲ୍ଲାଡ ଶାଖା ଆଶ୍ରମର ବାବାଜୀ ରସାନନ୍ଦ ମହାରାଜାଙ୍କ ସହଯୋଗିତାରେ ଶାନ୍ତି ଆନନ୍ଦାଶ୍ରମର ବହୁ ସାଧୂ ସନ୍ଥମାନଙ୍କ ସମାଗମରେ ବିଶ୍ଵ ଶାନ୍ତି ମହାଯଜ୍ଞ, ହରି କଥାମୃତ ସାଙ୍ଗକୁ ସନାତନ ଧର୍ମ ସମ୍ମିଳନୀରେ ଲୋକଙ୍କୁ ଭକ୍ତି-ଭାବପୂର୍ଣ୍ଣରେ ବାନ୍ଧି ଭକ୍ତଜନଙ୍କୁ ଆଧ୍ୟାତ୍ମିକ ଆଡକୁ ଅନେକ ଦିଗ ଦର୍ଶନ ଦେଇଛି । ବାବାଜୀ ଅନ୍ତର୍ଯ୍ୟାମୀ ଦାସ୍, ବୃଦ୍ଧଦେବ ଦାସ୍, ଉମାକାନ୍ତ ମହାରାଜ, ବିଜୟାନନ୍ଦ ମହାରାଜ ପ୍ରମୁଖ ଯୋଗଦେଇ ଆଶ୍ରିବଚନ ପ୍ରଦାନ କରିଥିଲେ । ବାର୍ଷିକ ଉତ୍ସବର ମୁଖ୍ୟ ସଂଗଠକ ଆର୍. ମଙ୍ଗଳା ଏବଂ ଶ୍ରୀ ଅଭିରାମ ଶାନ୍ତି ଆନନ୍ଦାଶ୍ରମ ସେବା ଭକ୍ତ ଗୋଷ୍ଠୀ ମଲ୍ଲାଡ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ପ୍ରଶଂସନୀୟ ହୋଇଥିଲା ।

Leave A Reply

Your email address will not be published.