om academy

ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା ଅଭିନୀତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା ଅଭିନୀତ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ପ୍ରେସ କ୍ଲବ୍ ସଭାପତି ରବିନ୍ଦ୍ର ନାଥ ପଣ୍ଡା ଓ ସମ୍ମାନୀତ ଅତିଥି ଭାବେ ପ୍ରେସ କ୍ଲବ୍ କୋଷାଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ବରିଷ୍ଠ ଶିକ୍ଷକ ନାରାୟଣ ପାତ୍ର ଯୋଗଦେଇ ଦର୍ଶକଙ୍କୁ ପ୍ରଭାବିତ କରିଥିଲେ ଏବଂ ବ୍ରହ୍ମା କୁମାରୀ ସଂସ୍ଥାନର ସକ୍ରୀୟ ନାଟକରେ ଅଂଶଗ୍ରହଣ କରି ଥିବା କଳାକାର ଭାଇ ଏବଂ ସଂସ୍ଥାନର ଭାଇ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରକାଶ ଥାଉକି, ଛତ୍ରପୁରରେ ଚାଲିଥିବା ଠାକୁରାଣୀ ଯାତ୍ରା ମେଳା ପସରାରେ ଅଗଣିତ ଦର୍ଶକଙ୍କୁ ଆଧ୍ୟାତ୍ମିକ ଈଶ୍ୱରୀୟ ଜ୍ଞାନରେ ପ୍ରଭାବିତ କରିବା ନେଇ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ଏହି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି । ଛତ୍ରପୁର ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି ମୀନାବଜାର, ଦୋଳିର ପସରାରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଆସିଛି । ଯାତ୍ରା ଦେଖି ଦର୍ଶକ ବିମୋହିତ ହେବା ସାଂଗକୁ ଦୋଳି ପସରାର ମଜା ନେଉଛନ୍ତି । ଏହି ଅଗଣିତ ଦର୍ଶକଙ୍କୁ ଆଧ୍ୟାତ୍ମିକ ଈଶ୍ୱରୀୟଜ୍ଞାନ ଓ ଈଶ୍ୱରୀୟ ସନ୍ଦେଶ ଓ ବିଶ୍ୱାସରେ ପ୍ରଭାବିତ କରିବା ପାଇଁ ଛତ୍ରପୁରର ବ୍ରହ୍ମା କୁମାରୀ ସଂସ୍ଥାନ ବିହିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଗୀତିନାଟ୍ୟ ମାଧ୍ୟମରେ ପରିବେଷଣ କରି ଜନତାଙ୍କୁ ଈଶ୍ୱରୀୟ ଜ୍ଞାନ ଓ ସନ୍ଦେଶରେ ଆକର୍ଷିତ କରିବାରେ ଏକ ସୁନ୍ଦର ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଆଶ୍ରମ ସଞ୍ଚାଳିକା ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ-ନେତୃତ୍ୱ ନେଇଥିବାବେଳେ ବି.କେ. ସୂର୍ଯ୍ୟ ଭାଇ, ବି.କେ. ରଜନୀ କାନ୍ତ ଭାଇ, ବି.କେ. ବାଲା କ୍ରିଷ୍ଣା ଭାଇ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.