ପଦ୍ମପୁର, (ନିରୋଜ କୁମାର ପାଣୀ) : ମଣିଷ ଭିତରେ ଯେଉଁ କଳା ଥାଏ, ତାହା ନିଶ୍ଚିତ ଭାବରେ ଲୋକଲୋଚନକୁ ଆସିଥାଏ । ଏହିପରି ଏକ ବହୁ କଳା ଓ ପ୍ରତିଭାର ବ୍ୟକ୍ତିତ୍ଵ ହେଉଛନ୍ତି ଶିକ୍ଷକ ନରେନ୍ଦ୍ର ଦାଉ । ତାଙ୍କ ପରିଚୟ କହିଲେ ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗାଁ ଯୁବକ ତଥା ଶିକ୍ଷକ ନରେନ୍ଦ୍ର ଦାଉ । ସେ ପିଲାବେଳୁ ଭଲ ପାଠପଢା ସହିତ କଳାକ୍ଷେତ୍ରରେ ବେଶ ରୁଚି ରଖୁଥିଲେ । କଲେଜ ଜୀବନରେ ଡ୍ରାମାରେ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମନ ଜିଣୁଥିଲେ । ସେ କେବଳ କଣେ ଶିକ୍ଷକ ନୁହନ୍ତି ସେ ଜଣେ କିର୍ତ୍ତନ ଗାୟକ, ଜଣେ ନାଟ୍ୟ ହାସ୍ୟ ଅଭିନେତା, କବି, ଲେଖକ, ନୃତ୍ୟ ନିର୍ଦ୍ଦେଶକ, ଗୀତିକାର, ନାଟ୍ୟକାର ନିର୍ଦେଶକ ଅଟନ୍ତି । ସେ ଅନେକ ନାଟକ ରଚନା କରି ନିର୍ଦ୍ଦେଶନା ଦେଇ ଲୋକଙ୍କ ପ୍ରଶଂସା ପାଇଛନ୍ତି । ବର୍ତମାନ ଶ୍ରୀ ଦାଉ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲଳ ଭୁଷାଙ୍ଗଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ପାଠ ସମୟରେ ଗୀତ, ସଙ୍ଗୀତ, ଅଭିନୟ କରି ଏମିତି ପାଠ ପଢାନ୍ତି ଯେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ପ୍ରିୟପାତ୍ର ହୋଇଛନ୍ତି । ବୃତ୍ତିରେ ଶିକ୍ଷକ ହେଲେ ବି ନିଜ କର୍ମକ୍ଷେତ୍ରରେ କେବେ ଅବହେଳା କରନ୍ତି ନାହିଁ ।