oom

ନବ ନିଯୁକ୍ତ ସେନା ବାହିନୀମାନଙ୍କୁ ଅଭିନନ୍ଦନ

jsmm

ଶିବତଲା‌, (କେପିଏନ୍‌ଏସ୍‌) : ଶିବତଲା‌ ସେବା ଶାନ୍ତି ସଙ୍ଗଠନ ତରଫରୁ ରବିବାର ଶିବତଲା ସହୀଦ କିଶୋର ମଲ୍ଲିକ ସ୍ମୃତି ପୀଠ ସ୍ଥଳରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭାରତୀୟ ସେନା ବାହିନୀରେ ଶିବତଲା ପଞ୍ଚାୟତର ଶତାଧିକ ଯୁବକ ନିୟୋଜିତ ଥିବା ବେଳେ ନବ ନିଯୁକ୍ତ ଯୁବକମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ସେମାନଙ୍କ ମନୋବଳକୁ ବହୁଗୁଣିତ କରିଥିବା ବେଳେ ନୂତନ ଯୁବପିଢିମାନେ ମଧ୍ୟ ଅନୁପ୍ରାଣିତ ହୋଇ ଜନନୀ ଜନ୍ମଭୂମିର ସେବା ପାଇଁ ଶପଥ ଗ୍ରହଣ କରିଛନ୍ତି । ସେବା ଶାନ୍ତି ସଙ୍ଗଠନର ସଂପାଦକ ହୋଲିଶ୍ଵର ଧରୁଆ ସଭା ସଂଯୋଜନା କରିଥିବା ବେଳେ ସଭାପତି ନବୀନ ସାହୁ ଆୟୋଜିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ । ଅବସରପ୍ରାପ୍ତ ସୈନିକ ଚନ୍ଦ୍ରଶେଖର ବେହେରା ତାଙ୍କର ଅନୁଭୂତି ବଖାଣି ଥିଲେ । ଗୋପାଳ ବେହେରା, ଭୋଜରାଜ ବେହେରା ପ୍ରମୁଖ ମତାମତ ପ୍ରଦାନ କରିଥିଲେ । ଅଧ୍ୟାପକ ନିର୍ମଳ ପାଣ୍ଡେ ନବ ନିଯୁକ୍ତ ଶ୍ରୀମାନ ତ୍ରିନାଥ ବିଶି, ଶିବା ଛତ୍ରିଆ ଓ ରାଧାକାନ୍ତ ନାଗଙ୍କ ପୂର୍ବ ପ୍ରସ୍ତୁତି ଓ ଯୁବ ପିଢ଼ିକୁ ବାର୍ତ୍ତା ପାଇଁ ଅନୁରୋଧ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ତ୍ରିଲୋଚନ ମଲ୍ଲିକ, ହେମସାଗର ମଲ୍ଲିକ, ବିଦୁଭୁଷଣ ପ୍ରଧାନ, ରିଙ୍କୁ ଦାସ, ତପନ ନାଏକ, ବ୍ରହ୍ମା ଭୋଇ, ମଧୁସୂଦନ ପୁଟେଲ, ରୋଶନ ସାହୁ, ରୋଶନ ବେହେରା, ପ୍ରଦୀପ ବେହେରା, ସୁରେନ୍ଦ୍ର କମ୍ପ, ବିଜୟ କୁମାର ପଟେଲ, କୃଷ୍ଣଚନ୍ଦ୍ର ଧରୁଆ, ସୋମନାଥ ମେହେର, ସଂଜୀବ ବାଗ, ସମୀର ପୋଢ, ରମେଶ ମେହେର, ପିତାମ୍ବର ପାଣ୍ଡେ, ନିରୋଜ ବଗାର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.