ଅଭିନନ୍ଦନ ସାହିତ୍ୟ ପରିଷଦ ବଲାଙ୍ଗିରର ପ୍ରତିଷ୍ଠା ଦିବସ ଓ ପ୍ରଥମ ଅଧିବେଶନ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ତେଲିଗୋଟପଡା ଠାରେ ଅଭିନନ୍ଦନ ସାହିତ୍ୟ ପରିଷଦ ବଲାଙ୍ଗିରର ପ୍ରତିଷ୍ଠା ଦିବସ ଓ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ସତ୍ୟବନ୍ତ ବେଦବାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆରକ୍ଷୀ ଅଧିକ୍ଷକ ବିବେକ ରଥ, ମୁଖ୍ୟବକ୍ତା ଭାବରେ ପୂର୍ବତନ ଅଧ୍ୟକ୍ଷ ତରୁଣ ମିଶ୍ର ଓ ମହିଳା ମୋର୍ଚ୍ଚାର ସମ୍ପାଦିକା ମାଳତୀ ଉଦ୍‌ଘାତା ମଂଚାସୀନ ଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିଲେ କସ୍ତୁରୀ ରଥ । ପରିଷଦର ଉଦେଶ୍ୟ ଓ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଅଭିନନ୍ଦନ ଓ ଜିଲ୍ଲା ସାମ୍ବାଦିକ ଧର୍ମବ୍ରତ ରଥ । ସଭା ପରିଚାଳନା କରିଥିଲେ କବି ରତ୍ନମୟ ତ୍ରିପାଠୀ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ କପିଳ ପତିଙ୍କୁ ଭାଗିରଥି ନେପାକ ସାହିତ୍ୟ ସମ୍ମାନ ଓ ନୀଳମଣି ବିଶ୍ୱାଳଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ମେଡାଲ ପ୍ରଦାନ କରିଥିଲେ । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଗୁରୁ ଦିବସର ମହତ୍ୱ, ରାଧା କୃଷ୍ଣନଙ୍କ ଆଦର୍ଶ ଓ ଆମେ କିପରି ଭଲ ମଣିଷ ହେବା ସେ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ପରିଷଦର ସମ୍ପାଦକ ଦିବାକର ହୋତା । ଏହି ସଭାରେ ଅନେକ ସାହିତ୍ୟ ପ୍ରେମୀ, ଶିକ୍ଷକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.