ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଐତିହାସିକ ଦ୍ୱିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
- ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଆମେ ଏକାଠି କାମ କରିବୁ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ରାଷ୍ଟ୍ରପତି ଭାବେ ତାଙ୍କର ଐତିହାସିକ ଦ୍ୱିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମେ ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଏକାଠି କାମ କରିବୁ ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି :
“ମୋ ପ୍ରିୟ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ମୁଁ ଆନନ୍ଦିତ । ଐତିହସିକ ଦ୍ୱିତୀୟ ପାଳି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି । ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମେ ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଏକାଠି କାମ କରିବୁ ।“