ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ଏକ ଚାଉଳ ଚୋରି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ରାୟପୁର ନିବାସୀ ଗୋବିନ୍ଦ ପ୍ରସାଦ ଜିନ୍ଦଲଙ୍କ ଟ୍ରାନ୍ସପୋର୍ଟ ସଂସ୍ଥାର ଏକ ଟ୍ରକରୁ ଚାଉଳ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ୩୦ ଡିସେମ୍ବରରେ ଟ୍ରକ ନମ୍ବର ସିଜି -୦୪-ଏନ ଏକ୍ସ -୭୨୭୭ ରାୟପୁରରୁ ବିଶାଖାପଟଣାକୁ ‘ବିଗ ବସ’ ବ୍ରାଣ୍ଡର ୭୦୦ ବସ୍ତା ଚାଉଳ ନେଇ ଯାଉଥିବା ସମୟରେ ଖରିଆର ଅଞ୍ଚଳରେ ୨୮୨ ବସ୍ତା ଚାଉଳ ଚୋରି ହୋଇଥିବା ଜଣାପଡ଼ିଥିଲା । ଏନେଇ ଖଡ଼ିଆଳ ଥାନାରେ ବିଏନ୍ଏସ୍ ଧାରା ୩୦୬/୩୧୬(୪) ଅନୁଯାୟୀ କେସ ନମ୍ବର ୦୮/୦୧/୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ:-ଜଳନ୍ଧର ଚଲାନ, ଚିତ୍ତଦେବ ବେହେରା ଓ ଲାଇବାନନିଧି ଚଲାନ । ପୁଲିସ ଦ୍ୱାରା ୨୪୦ ବସ୍ତା ଚାଉଳ ଉଦ୍ଧାର କରାଯାଇଥିବାବେଳେ ବାକି ୪୨ ବସ୍ତା ଚାଉଳର ନଗଦ ଟଙ୍କା ଜବତ କରାଯାଇଛି । ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି । ଏ ସମ୍ପର୍କରେ ଖଡ଼ିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଓ ଏସ୍ଡିପିଓ ଉପେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ସାଧାରଣଙ୍କୁ ଅବଗତ କରାଇଛନ୍ତି ।
Next Post