ଦେଶୀ ବନ୍ଧୁକ ଜବତ : ଅଭିଯୁକ୍ତ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜମିବାଡ଼ି ବିବାଦକୁ କେନ୍ଦ୍ରକରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଅପର ପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ବ୍ଲାଙ୍କ୍ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ନିକଟରୁ ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ଟିକରବାଜୁ ଗ୍ରାମର ଲିଞ୍ଜୁରା ମଲ୍ଲିକ ଏବଂ ଭୀମ ଦିଗାଳଙ୍କ ମଧ୍ୟରେ ଜାଗା ବାଡ଼ି ସମେତ ଆବାସ ଗୃହ ନିର୍ମାଣକୁ ନେଇ କଳହ ଲାଗି ରହିଥିଲା । ଭୀମ ଦିଗାଳ ଆବାସ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଲିଞ୍ଜୁରା ପ୍ରଥମେ ଭିମ ଦିଗାଳଙ୍କ ନିର୍ମାଣଧୀନ ପିଲର ଗୁଡ଼ିକ ଟାଙ୍ଗିଆରେ ହାଣି ଦେଇଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିବା ବେଳେ ଭୀମଙ୍କୁ ଭୟଭୀତ କରାଇବା ପାଇଁ ଲାଞ୍ଜୁରା ନିଜ ଦେଶୀ ବନ୍ଧୁକ ଆଣି ସେଥିରୁ ବ୍ଲାଙ୍କ୍ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା କେସ୍ ନଂ.୧୬୪/୨୪ରେ ଏକ ମାମଲା ରୁଜୁ କରି ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ଲିଞ୍ଜୁରା ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.