shyamal

ନିଜେ ଅଭିଯୋଗକାରୀ ହିଁ ମୁଖ୍ୟ ଅଭିଯୁକ୍ତ

  • ଅସୁରମୁଣ୍ଡାରେ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ସହ ୪ମାସର ଗର୍ଭବତୀ କରି ପଡ଼ୋଶୀ ବୃଦ୍ଧ ଗିରଫ, କୋର୍ଟ ଚାଲାଣ, ଜେଲ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଜଣେ ୨୨ ବର୍ଷୀୟା ଯୁବତୀ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇବା ସହ ସମାଜରେ ବଦନାମ କରିବାକୁ ଚେଷ୍ଟା କରୁଛି ବୋଲି ଜଣେ ୬୦ ବର୍ଷର ବୃଦ୍ଧ ପ୍ରଥମେ ଜଣେ ଯୁବତୀଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୁଲିସ ଅଧିକ ତଦନ୍ତ କରି ସେହି ପ୍ରଥମେ ଆସି ଅଭିଯୋଗ କରିଥିବା ବୃଦ୍ଧ ଜଣଙ୍କ ହିଁ ସଂପୃକ୍ତ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ସହ ୪ ମାସର ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଳି ଚର୍ଚ୍ଚିତ ଘଟଣା ଘଟିଛି ଅସୁରମୁଣ୍ଡା ଗ୍ରାମରେ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ଅସୁରମୁଣ୍ଡା ଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ସରଳତାର ସୁଯୋଗ ନେଇ ବାରମ୍ବାର ଦୁଷ୍କର୍ମ ସହ ଗର୍ଭବତୀ କରିଥିବା ଅଭିଯୋଗରେ ପୁଲିସ ସେହି ଗ୍ରାମର ମହେଶ୍ୱର ଓରଫ ମେଶର ତାଣ୍ଡି(୬୦)ନାମକ ଜଣେ ପଡୋଶୀ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅସୁରମୁଣ୍ଡା ଗ୍ରାମର ସଂପୃକ୍ତ ଯୁବତୀଙ୍କ ଏତଲା ଅନୁସାରେ ତାଙ୍କ ବାପାମାଆ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ସେ ଘରେ ଅନ୍ୟ ଭଉଣୀମାନଙ୍କ ସହ ଥିଲେ । ଏହି ସମୟ ମଧ୍ୟରେ ମେଶର ତାଣ୍ଡି(୬୦)ନାମକ ଘର ସମ୍ମୁଖରେ ଥିବା ଜଣେ ପଡୋଶୀ ବୃଦ୍ଧ ଯୁବତୀଙ୍କ ସରଳତାର ସୁଯୋଗ ନେଇ ତଥା ମିଛ ପ୍ରଲୋଭନ ଦେଖାଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଫଳରେ ଯୁବତୀ ଜଣଙ୍କ ୪ ମାସର ଗର୍ଭବତୀ ହୋଇଥିଲେ । ଧୀରେ ଧୀରେ ଘଟଣା ପ୍ରଘଟ ହେବାରେ ଲାଗିଲା । ଯୁବତୀଙ୍କ ପରିବାର ଲୋକେ ବାହାର ରାଜ୍ୟରୁ ଫେରି ଘଟଣା ସମ୍ପର୍କରେ ଜାଣିବାକୁ ପାଇ ଗାଁରେ ବାରମ୍ବାର ବୈଠକ କରି ଦୋଷୀଙ୍କୁ ବାହାର କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ଏଥିରେ ଯୁବତୀ ବାରମ୍ବାର ଅଭିଯୁକ୍ତ ମେଶରର ନାଁ ନେଇଥିଲା । ଫଳରେ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରି ଅଭିଯୁକ୍ତ ମେଶର ପ୍ରଥମେ ଥାନାରେ ଅଭିଯୋଗ କରିଥିଲା । ପରିବାର ଯୁବତୀଙ୍କ ଗର୍ଭ ନଷ୍ଟ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ କିନ୍ତୁ ଅସଫଳ ହେବାରୁ ବିଳମ୍ବରେ ଯୁବତୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯୁବତୀଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୨୧୮/୨୪ରୁଜ୍ଜୁ କରି ଦଫା ୪୧୭/୪୯୩/୫୦୬ରେ ଅଧିକ ତଦନ୍ତ କରି ସନ୍ଦେହରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଡାକି ପଚରା ଉଚୁରା କରିଥିବା ବେଳେ ଉଭୟ ଯୁବତୀ ଓ ମେଶରଙ୍କ ଡାକ୍ତରୀମାଇନା ମଧ୍ୟ କରିଥିବାରୁ ଜଣାପଡିଛି । ଶେଷରେ ଯୁବତୀଙ୍କୁ ମିଛ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ଓ ୪ ମାସର ଗର୍ଭବତୀ କରିବା ଘଟଣାରେ ପୁଲିସ ଅଭିଯୁକ୍ତ ପଡୋଶୀ ବୃଦ୍ଧ ମେଶର ତାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଘର ସମ୍ମୁଖରେ ଥିବା ଜଣେ ପଡୋଶୀ ବୃଦ୍ଧ ବାରମ୍ବାର ଦୁଷ୍କର୍ମ କରି ୪ ମାସର ଗର୍ଭବତୀ କରିବା ଓ ନିଜେ ପ୍ରଥମେ ଆସି ଥାନାରେ ଏତଲା ଦେବା ସହ ଶେଷରେ ଅଭିଯୁକ୍ତ ହୋଇ ଜେଲ୍‌ଯିବା ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

purusottam
Leave A Reply

Your email address will not be published.