centurian jitm

ଯୁବ ଚାଷୀ ତଥା ମୃଦଙ୍ଗ ବାୟକ ସଞ୍ଜୀବ ଥପାଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

nschool

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ନୁଆ ସରସରା ନିବାସୀ ଜଣେ ଯୁବ ଚାଷୀ ତଥା ସଙ୍କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ ବାୟକ ସଞ୍ଜୀବ ଥପା (୨୭)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଗତ ୯ ତାରିଖ ଦିନ ସଞ୍ଜୀବ ତାଙ୍କ ଧାନ କ୍ଷେତରୁ କାମ ସାରି ବିଳମ୍ବିତ ମଧ୍ୟାହ୍ନରେ ଘରକୁ ଫେରି ଅସୁସ୍ଥ ହୋଇ ଚେତାଶୁନ୍ୟ ହୋଇପଡ଼ିଥିଲେ । ପରିବାର ଜନ ତାଙ୍କୁ ସାଙ୍ଗେ ସାଙ୍ଗେ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଷ୍ଟମର୍ଟମ ପରେ ପାର୍ଥିବ ଶରୀରକୁ ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଭାସ୍କର ଥପାଙ୍କ ଏକମାତ୍ର ପୁତ୍ର ସଞ୍ଜୀବ ଅବିବାହିତ ଥିଲେ । ଅତ୍ୟନ୍ତ ସରଳ ତଥା ମେଲାପି ସଞ୍ଜୟ ଜଣେ ଭଲ ଚାଷୀ ତଥା ଗ୍ରାମର ଜୟ ଦୁର୍ଗା ସଂକୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ ବାୟକ ଥିଲେ । ସେ ଏକ ଇଟା ଭାଟିରେ ଟ୍ରାକ୍ଟର ଡ଼୍ରାଇଭର ଭାବରେ ମଧ୍ୟ କାମ କରୁଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହୋଇ ଆଖପାଖ ଅଞ୍ଚଳରେ ଶୋକ ଖେଳି ଯାଇଛି । ଅନ୍ତିମ ଶୋଭାଯାତ୍ରାରେ ଶତାଧିକ ଅଞ୍ଚଳବାସୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଆସିନଥିଲେ ସୁଦ୍ଧା ପରିବାର ପକ୍ଷରୁ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି କୁହାଯାଉଛି ।

Leave A Reply

Your email address will not be published.