ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯ୍ୟାତନା ଅଭିଯୋଗ : ରାଜସ୍ଥାନରୁ ଉଦ୍ଧାର ହେଲେ ଯୁବତୀ

କୋକସରା : ସାମାଜିକ ଗଣମାଧ୍ୟମରେ ଠକମାନେ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ଆଶା ଦେଖାଇ ବିଜ୍ଞାପନ ଜାଲ ବିଛାଇ ଆସୁଛନ୍ତି । ତେବେ ଚାକିରି ଆଶାୟୀ ଅନେକ ଯୁବପିଢ଼ି ଏହି ଠକମାନଙ୍କଠାରୁ ବର୍ତ୍ତିପାରି ପାରୁନାହାନ୍ତି । ବିଭିନ୍ନ ସମୟରେ ଠକାମୀର ଶିକାର ଓ ଅପହରଣ ଭଳି ଖବର ମଧ୍ୟ ସାମ୍ନାକୁ ଆସୁଛି । ଠିକ୍ ଏପରି ଏକ ଘଟଣା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଘଟିଛି । ସାମାଜିକ ଗଣମାଧ୍ୟମରେ ଯୁବତୀ ଜଣକ ବିଜ୍ଞାପନ ଦେଖି ଯୋଗାଯୋଗ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଚାକିରି ପାଇଁ ରାଜସ୍ଥାନ ସହରକୁ ଯାଇ ନିର୍ଯ୍ୟାତନା ଶିକାର ହୋଇଛନ୍ତି । ସୂଚନାନୁସାରେ, ଯୁବତୀ ଜଣକ ଗତ ୬ ତାରିଖରେ ତଳେ ନିଖୋଜ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ରାଜସ୍ଥାନରେ ଚାକିରି ପାଇଁ ଯାଇଥିବା ବେଳେ ତାଙ୍କୁ ଆଶା ଦେଖାଇ ଆଣିଥିବା ଯୁବକ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇଥିଲେ । ସନ୍ଧାନ ମିଳିବା ପରେ ଝିଅର ମାଆ ଗତ ୧୫ ତାରିଖରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଜଣାଇଥିଲେ ଏନେଇ ବ୍ଲକ ଉପାଧ୍ୟକ୍ଷ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଏହାପରେ ଜିଲ୍ଲା ପୁଲିସ ପ୍ରଶାସନର ସହଯୋଗ କରି ସେଠାକାର ଲୋକଙ୍କ ପୁଲିସ ଷ୍ଟେସନ ସହ ଯୋଗାଯୋଗ କରିଥିଲେ । ଏହା ପରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ତାଙ୍କ ସହଯୋଗୀ ରବିନାରାୟଣ ଦାସଙ୍କ ସହ ରାଜସ୍ଥାନ ଉଦୟପୁର ଥାନା ଅନ୍ତର୍ଗତ ପ୍ରତାପ ନଗର ପୁଲିସ ଫାଣ୍ଡିରୁ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି । ଅନ୍ୟପଟେ ପ୍ରତାପନଗର ପୁଲିସ ଯୁବକଙ୍କୁ ଗିରଫ କରିଛି । ଆଜି ଫ୍ଳାଇଟ୍ ଯୋଗେ ଯୁବତୀଙ୍କୁ ନିଜ ଗାଁକୁ ଅଣାଯାଉଥିବା ସୂଚନା ମିଳିଛି । ଝିଅ ଘରକୁ ଫେରୁଥିବା ଖବର ପାଇ ପରିବାର ସମେତ ଅଞ୍ଚଳବାସୀ ବ୍ଲକ ଉପାଧ୍ୟକ୍ଷଙ୍କ ମାନବିକତାଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.