ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍‌ ୨୧୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ତନ୍ମଧ୍ୟରୁ ପ୍ରାୟ ୧୨୦ଟି ଅଭିଯୋଗ କେବଳ ଗ୍ରାମାଞ୍ଚଳ ଆବାସ ଗୃହ ପାଇବା ସକାଶେ ଆସିଥିବା ଜଣାଯାଇଛି । ବର୍ଷା ବାଧାପ୍ରାପ୍ତ ଏହି ଶିବିରରେ ମୁଖ୍ୟତଃ ଗ୍ରାମାଞ୍ଚଳରୁ ଲୋକେ ଆବାସ ଗୃହ, ଭତ୍ତା, ରାସନ୍ କାର୍ଡ ତଥା ଜମିଜମା ସମ୍ବନ୍ଧୀୟ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଏସ୍‌ପି ରିଷିକେଶ ଖିଲାରୀ, ଏଡିଏମ୍ ଆଲୋକ ପଧାନ, ଡିଡବ୍ଲୁଓ ଅଲେଖ ବିଶ୍ଵାଳ, ଡିଏସ୍‌ଏସ୍‌ଓ ମଦନଜିତ୍ ହୋତା, ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣିଉଡୁ, ତହସିଲଦାର ସଂଘମିତ୍ରା କାଲୋ, ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲଙ୍କ ସମେତ ପାନୀୟ ଜଳ, ମୃତ୍ତିକା ସଂରକ୍ଷଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ମତ୍ସ୍ୟ ବିଭାଗ, ବିଜୁଳି ବିଭାଗ, ଜଳସେଚନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.