lika

ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବଲଧା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲଧା ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜକୁମାରୀ ବେଶ୍ରାଙ୍କ ସଭାପତିତ୍ୱରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ଏପିଓ ଲକ୍ଷ୍ମଣ କୁମାର ବୁଡେକ, ଯୋଗାଣ ନିରୀକ୍ଷକ ଦୀପମ୍ ଜ୍ୟୋତି ବଘାର, ବିପିଏମ୍‌ ବିଜୟ ବେହେରା, ବଳଧା ପଞ୍ଚାୟତ ସମିତି ସଭ୍ୟା ନିତୁ ତାଣ୍ଡି, ବିପିଏ ଜିତେନ୍ଦ୍ର ରଣା, ବିଆର୍‌ସି ବୈଷ୍ଣବ ନାଏକ, ସିଏଚ୍‌ଓ ସୁଶ୍ରୀ ଶ୍ରାବଣୀ କୁମ୍ଭାର, କପିଲାଭଟା ରାଜସ୍ୱ ନିରୀକ୍ଷକ ଚିରଞ୍ଜିବି ହିଆଲ, ଏବିଇଓ ଅରୁଣ କୁମାର ଯୋଶୀ, ଗ୍ରାମ୍ୟ କୃଷି କର୍ମଚାରୀ ଇନ୍ଦୁ ପଟେଲ, କନିଷ୍ଠ ଯନ୍ତ୍ରୀ ବିକାଶଚନ୍ଦ୍ର ଦୀପ, ବିଏସ୍‌ଏସ୍‌ଓ ସଞ୍ଜିତ ସୁନା, ଭାଲୁମୁଣ୍ଡା ସୁପରଭାଇଜର୍‌ ବିଜୟା ସାହୁ ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଲୋକେ ମୁଖ୍ୟତଃ ଭତ୍ତା, ରାସନ କାର୍ଡ, ଘର ପାଇଁ ଲୋକେ ଆବେଦନ କରିଥିଲେ । ଶତାଧିକ ଅଭିଯୋଗକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚି ଆବେଦନ କରିଥିଲେ । ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି କରାଯାଇଥିବାରୁ ଲୋକେ ନିଜ ନିଜର ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରଯାଇଥିଲା । ଏଥିରେ ପଞ୍ଚାୟତର ବଲଧା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିଲକାନ୍ତ ପୁରୋହିତ, ଗ୍ରାମ ରୋଜଗାର ସେବକ ପୃଥିରାଜ ବାଗ, ସମାଜସେବୀ ସଦାନନ୍ଦ ତାଣ୍ଡି, ଲମ୍ବୋଦର ବେହେରାଙ୍କ ସହ ପଞ୍ଚାୟତର କର୍ମଚାରୀ ମାନେ ସହଯୋଗ କରିଥିଲେ ।

sandip
Leave A Reply

Your email address will not be published.