ନିମ୍ନମାନର ରାସ୍ତା କାମ ଅଭିଯୋଗ : ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକା, ଖାଳ ଓ ଢିପରେ ପିଚୁ ରାସ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା)ବ୍ଲକରେ ଜଳ ସଂପଦ ବିଭାଗ କିଭଳି ନିମ୍ନମାନର ରାସ୍ତା କାମ ହୋଇଛି । ତାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କୁଟାସିଂହା ଓ ଛୋକର୍ମାଲ ପଂଚାୟତରେ । ରାସ୍ତା ନିର୍ମାଣର ୭ ଦିନ ନ ପୂରୁଣୁ ପିଚୁ ଉଠିଯାଇଥିବା ଦେଖାଯାଇଛି । ଅଙ୍ଗ ଶାଖା କେନାଲ ବଲାଙ୍ଗିର -ସୋନପୁର ଆରଡି-୯୮୦ପାଣିଛତ୍ର ଛକ ବାଲପୁର ଡିସ୍‌ଟ୍ରିବୁଟର୍‌ ଠାରୁ କୁଟାସିଂହା ଡିସ୍‌ଟ୍ରିବୁଟର୍‌ ପର୍ଯ୍ୟନ୍ତ ୪ କି. ମି ୪୦୩ ମିଟର ଏହି ରାସ୍ତା ୩୦-୧୨-୨୩ରୁ ଆରମ୍ଭ ହୋଇ ୨୯-୧୨-୨୪ ତାରିଖରେ ଶେଷ ହେବାରଥିଲା ଠିକାଦାର ଓ ଜଳସମ୍ପଦ ବିଭାଗ ମିଳିତ ଭାବେ ୨ ମାସରେ ମେଟାଲିଙ୍ଗ, ରୋଲିଙ୍ଗ, ପିଚୁ ସାରିଦେଇଛନ୍ତି ଫଳରେ ଟାଇଟ୍‌ ନ ନେଇ ଗେଟି ଓ ବଜରୀ ଉଠିଯାଉଛି ପୁଣି ପ୍ରତକ୍ଷଦର୍ଶୀଙ୍କ କହିବାନୁସାରେ ରାସ୍ତା ନିର୍ମାଣ ବେଳେ ଆବଶ୍ୟକ ମୁତାବକ ତେଲ (ପିଚୁ) ଦିଆଯାଇନାହିଁ । ଧାର୍ଯ୍ୟ ତାରିଖ ଠାରୁ ବହୁ ପୂର୍ବରୁ ତରବରିଆ ଭାବେ କାମ ସାରିଦେଇଥିବାରୁ ସଂପୃକ୍ତ ଠିକାଦାର ଓ ଜଳସମ୍ପଦ ବିଭାଗର କି କାରଣ ଥାଇପାରେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମାଞ୍ଚଳର ଯୋଗାଯୋଗ ପାଇଁ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେନାଲକୁ ମଧ୍ୟ ରାସ୍ତା ସଂଯୋଗି କାରଣ କରାଯାଇଛି । ଠିକାଦାର ଓ ଜେଇ ଏହି କାମକୁ ସଂପୂର୍ଣ୍ଣ ନିମ୍ନମାନର ରାସ୍ତା କାମ କରୁଥିବା ପ୍ରମାଣ ରାସ୍ତାକୁ ଜିଏ ଦେଖିବ ସିଏ କହିପାରିବ । ଜନସାଧାରଣଙ୍କ ସୁବିଧା ନିମନ୍ତେ ଏ ସବୁ କାମ କରୁଛନ୍ତି । ହେଲେ ଧର୍ମକୁ ଆଖିଥର କରି କାମ ନିମ୍ନ ମାନର କାମ କରିଛନ୍ତି । ବ୍ୟାପକ ପିସି କାରବାର ହେଇଛି । ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରିବାକୁ ଅଞ୍ଚଳର ଜନସାଧାରଣ ଦାବି କରୁଛନ୍ତି । ରାସ୍ତା ନିର୍ମାଣ ପାଇଁ ୧୨୬୦୮୫୩୨ ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ନିହାତି ନିମ୍ନମାନର କାମ ହୋଇଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave A Reply

Your email address will not be published.