om academy

ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି : ଏସଡିପିଓଙ୍କୁ ଚାଷୀଙ୍କ ଅଭିଯୋଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଚେରଙ୍ଗାଝାଂଜି ଗ୍ରାମର ଜଣେ ଚାଷୀଙ୍କ ଚାଷ ଜମିକୁ ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଚେରଙ୍ଗାଝାଂଜି ଗ୍ରାମର ଚାଷୀ କୈାଲାଶ ପ୍ରଧାନ ତାଙ୍କ ଗ୍ରାମର ବସ୍ତିରୁ ବିଦ୍ୟୁତ ଖୁଣ୍ଟ ସହ ବିଦ୍ୟୁତ ତାର ସାହାର୍ଯ୍ୟରେ ଚାଷ ଜମିକୁ ଚାଷ କାମ ପାଇଁ ବିଦ୍ୟୁତ ସଂଯୋଗ କରିଥିଲେ । ସେ ଦୀର୍ଘ ୩୦ ବର୍ଷ ଧରି ଚାଷ କରି ଆସୁଥିଲେ । ଗତ ୯ ତାରିଖ ଦିନ ରାତିରେ କେହି ଦୁର୍ବୃତ୍ତ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି କରିନେଇଥିବା ଦେଖିବାକୁ ପାଇଥିଲେ । ସୁଚନା ଅନୁସାରେ ଗ୍ରାମର ଦୁଷ୍ମନ୍ତ ପ୍ରଧାନଙ୍କ ଚାଷ ଜମି ଉପରେ ମଧ୍ୟ ଯାଇଥିବା ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଚୋର ହୋଇଯାଇଛି ତାର । ଚୋରି ହୋଇଥିବା ବିଦ୍ୟୁତ ତାରର ହାରାହାରି ମୂଲ୍ୟ ୩୦ ହଜାରରୁ ଅଧିକ ହେବ ବୋଲି ଚାଷୀ କୈାଲାଶ ପ୍ରଧାନ କହିଛନ୍ତି । ଏହି ଚୋରି ହୋଇଥିବା ଘଟଣା ଦିନ ସକାଳ ୮ ଘଣ୍ଟା ସମୟରେ ଲାଇନ୍ ମ୍ୟାନ ଦାୟିତ୍ଵରେ ଥିବା ଚେରଙ୍ଗାଝାଂଜି ଗ୍ରାମର ଲାଇନ୍ ମ୍ୟାନ ତୋଷଧର ପ୍ରଧାନ ଓ ଢେଙ୍କିମୁଣ୍ଡାର ଉପେନ୍ଦ୍ର ପ୍ରଧାନଙ୍କୁ ଫୋନ ଯୋଗେ ଜଣାଇବା ସହ ଲାଇନ୍ ମ୍ୟାନ ଦ୍ବୟଙ୍କୁ ଘଟଣା ସ୍ଥଳକୁ ନେଇ ଦୁର୍ବୃତ୍ତ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି କରି ନେଇଥିବା ଚାଷୀ କୈାଲାଶ ଦେଖାଇଥିଲେ ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଚାଷ କୈାଲାଶ ପ୍ରଧାନ ବିଭାଗୀୟ ଅଧିକାରୀ ଓ ଥାନା ଅଧିକାରୀଙ୍କଙ୍କ ବିହିତ ପଦକ୍ଷେପ ନେବାକୁ ଲିଖିତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଚାଷୀ ଶ୍ରୀ ପ୍ରଧାନ କ୍ଷତିଗ୍ରସ୍ତ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.