oum

ଗଁରେଇ ଗ୍ରାମରେ ସାପ କାମୁଡ଼ାରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ଗ୍ରାମରେ ବିଷାକ୍ତ କଲେର ସାପ କାମୁଡି ଦେବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭଯୋଗ ହୋଇଛି । ଗ୍ରାମର ସୁଖା କେତକୀ(୬୦)ନାମକ ଜଣେ ବୃଦ୍ଧଙ୍କୁ ଶୋଇଥିବା ବେଳେ ଏକ ବିଷାକ୍ତ କଲେର ସାପ କାମୁଡି ଦେବାରୁ ତାଙ୍କୁ ପରିବାର ଲୋକେ ଟିଟିଲାଗଡ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଖବର ପାଇ ମୁରିବାହାଲ ଥାନା ଏଏସ୍‌ଆଇ ରବୀନ୍ଦ୍ର କୁମ୍ଭାର ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଥାନାରେ ଅପମୃତ୍ୟୁ କେଶ ନଂ ୧୨/୨୪ରୁଜ୍ଜୁ କରି ତଦନ୍ତ ଚାଲିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସହ ପରିବାର ଲୋକଙ୍କ ଆବେଦନ ଉପରେ ତଦନ୍ତ କରି ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.