ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖପ୍ରାଖୋଲ ଓୟୁଜେ ସଂଘ ଶାଖା ତରଫରୁ ଥାନାରେ ଲିଖିତ ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଭୁବନେଶ୍ୱର ଠାରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖପ୍ରାଖୋଲ ଓୟୁଜେ ସଙ୍ଘ ଶାଖା ତରଫରୁ ଖପ୍ରାଖୋଲ ଥାନାରେ ଗୁରୁବାର ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଚଳିତ ମାସ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଅର୍ଗସ ପ୍ରତିନିଧି ଚିନ୍ମୟୀ ସାହୁ ଏବଂ ଫଟୋ ସାମ୍ବାଦିକ ଉମେଶ ମହାରଣା ବିଜେଡି ଦଳର ବରିଷ୍ଠ ତଥା ପୂର୍ବତନ ସୂଚନା ଏବଂ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବାସଭବନକୁ ଯାଇଥିଲେ । ସେଠାରେ ସାମ୍ବାଦିକାଙ୍କୁ ଅଶାଳୀନ ମନ୍ତବ୍ୟ ଏବଂ ଅମାନୁଷିକ ଭାବେ ଆକ୍ରମଣ କରାଯାଇଥିଲା । ଏହାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓୟୁଜେ ସଙ୍ଘ ଶାଖା ତରଫରୁ ଏକ ଲିଖିତ ଅଭିଯୋଗ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କୁ ଦିଆଯାଇଛି । ଅଭିଯୋଗ କ୍ରମେ ସାତ ଦିନ ମଧ୍ୟରେ ଆଇନ ଅନୁଯାୟୀ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସମସ୍ତ ସାମ୍ବାଦିକ ସଙ୍ଘ ତଥା ସାମାଜିକ ସଙ୍ଘମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଙ୍ଘ ଚେତାବନୀ ଦେଇଛି । ଏଥିରେ ଜିଲ୍ଲା ଓୟୁଜେ ସାଧାରଣ ସମ୍ପାଦକ ଅଭୟ ତ୍ରିପାଠୀ, ସଦାଶିବ ସରାଫ, ତାପସ ବେହେରା, ବିମଳ ରଞ୍ଜନ ସାହୁ, ଉମାକାନ୍ତ ପଧାନ, ଜ୍ୟୋତି ରଞ୍ଜନ ପଣ୍ଡା, ନରେନ୍ଦ୍ର ଭୋଇ, ବିହାରୀ ପଧାନ, ଅଶୋକ କୁମାର ବାଗ, ଭୋଜରାଜ ବରିହା, ମନୋଜ ମିଶ୍ର, ସରୋଜ ମିଶ୍ର, ହେମସାଗର ସାହୁ, ରୁପେନ୍ଦ୍ର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.