om academy

ବର୍ଷେ ପରେ ମଧ୍ୟ ଶ୍ରମିକଙ୍କ ପାରିଶ୍ରମିକ ମିଳିନି : ବନବିଭାଗ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ

jsm
  • ଆଗାମୀ ୧୫ ଦିନ ମଧ୍ୟରେ ପାରିଶ୍ରମିକ ନମିଳିଲେ ରେଞ୍ଜ ଅଫିସ ସମ୍ମୁଖରେ ଧାରଣ ଦେବାକୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅଧିନସ୍ଥ ନୃସିଂହନାଥ ଫରେଷ୍ଟ ରେଞ୍ଜ ବୋଡାସମ୍ବର ସେକ୍ସନ୍‌ ମାଝୀ ପାଲି ବିଟ୍ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ରସମୁଣ୍ଡା ନିକଟରେ ଏସ୍‌ଏମ୍‌ପିଜି ଓ ଏଏନ୍‌ଆର୍‌ରେ ଗତ ୨୦୨୩ ଆର୍ଥିକ ବର୍ଷରେ ହୋଇଥିବା ବୃକ୍ଷରୋପଣ କାମର ଏକ ବର୍ଷ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ କର୍ମରତ ଥିବା ଶ୍ରମିକ ମାନଙ୍କ ଦୈନିକ ମଞ୍ଜୁରୀ ପାଇନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହି କାମରେ ଆଖପାଖ ଗାଁରୁ ପ୍ରାୟ ୫୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ । ଅନ୍ୟ ପକ୍ଷରେ ଏହି କାମ ପାଇଁ ମଞ୍ଜୁର ହୋଇଥିବା ଟଙ୍କା ନୃସିଂହନାଥ ବନବିଭାଗ ଓ ଉପରିସ୍ଥ ଅଧିକାରୀ ମାନେ ମିଶି ଟଙ୍କା ଆତ୍ମସାତ କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଶ୍ରମିକମାନେ ତାଙ୍କ ପାରିଶ୍ରମିକ ପାଇବା ପାଇଁ ବନସ୍ପତି ବନ ପ୍ରକଳ୍ପର ସଭାପତି ବାଜୁବନ ନାୟକ ବନବିଭାଗ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ପାରିଶ୍ରମିକ ନମିଳିଲେ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.