ବଲାଙ୍ଗିର, (କେପିଏନ୍ଏସ୍) : ତା ୧୧-୦୫-୨୪- ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା – କୁଟାସିଂହା ରାସ୍ତାର କୁଠି ଯୋର ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି । ହରଭଙ୍ଗା ଓ ଡୁଙ୍ଗୁରିପାଲି ମଧ୍ୟ୍ୟରେ ପ୍ରବାହିତ ଏହି କୋଠି ଯୋର ଉପରେ କମଉଚ୍ଚର ପୋଲ ଥିବାରୁ ବର୍ଷା ଦିନେ ପୋଲ ଉପରେ ୩ରୁ ୫ ଫୁଟ ଉଚ୍ଚରେ ପାଣି ଚାଲିଥାଏ ଫଳରେ ଗମନା ଗମନରେ ଅଂଚଳବାସି ବହୁ ହଇରାଣ ହେବା ସହିତ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସମସ୍ୟା ହେବାର ମଧ୍ୟ ଉଦାହରଣ ଯଥେଷ୍ଟ ଅଛି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫରୁ ନିର୍ମାଣକାରି ସଂସ୍ଥା ଭାବେ ମହେଶ ଚୌଧୁରୀ ବଲାଙ୍ଗିରକୁ ଚୟନ କରାଯାଇଛି । ୬୫.୨୫ ମିଟର ଉଚ୍ଚ ସେତୁ ପାଇଁ ୩.୨୧ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଏଠାରେ ଲାଗିଥିବା ସୂଚନା ଫଳକ ଅନୁସାରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ୨୬-୨-୨୨ ସେତୁ ନିର୍ମାଣ ଆରମ୍ଭ ହୋଇ ୨୫-୧-୨୪ ତାରିଖରେ ସମାପ୍ତ କରିବାକୁ ଚୁକ୍ତି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇନଥିବାରୁ ବୁଦ୍ଧି ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ବର୍ଷା ଦିନମଧ୍ୟ ଆଗକୁ ଅଛି, ତେଣୁକରି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କୁଟାସିଂହା ଅଂଚଳବାସି ଦାବୀ କରିଛନ୍ତି ।