jayashree

ତୁରେକେଲା ବ୍ଲକ୍‌ର ମହଖଣ୍ଡ ଗ୍ରାମ ପଞ୍ଚାୟତରେ ଚାରି ବର୍ଷ ଧରି ବୈଠକ ହୋଇନାହିଁ : ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକ୍‌ର ମହଖଣ୍ଡ ଗ୍ରାମ ପଞ୍ଚାୟତରେ ଗତ ଚାରି ବର୍ଷ ଧରି ଗ୍ରାମପଞ୍ଚାୟତ ବୈଠକ ହୋଇନଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ୨୦୧୭ ଗ୍ରାମପଞ୍ଚାୟତ ନିର୍ବାଚନ ପରେ ମହଖଣ୍ଡ ଗ୍ରାମପଞ୍ଚାୟତରେ ରଞ୍ଜନ ଧରୁଆ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ସେ ଦାୟିତ୍ୱ ନେବା ପରେ ମାର୍ଚ୍ଚ୨୯, ଅପ୍ରେଲ ୩୦ ଏବଂ ମଇ ୧୭ ତାରିଖ ୨୦୧୭ରେ ଗ୍ରାମପଞ୍ଚାୟତ ବୈଠକ ମାନ ଅନୁଷ୍ଠିତ ହୋଇଥିଲା । ଏହା ପରେ ଆଉ ଗ୍ରାମପଞ୍ଚାୟତର ସଭା ଡକାନଯିବାରୁ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ଉଲାସ ବେହେରା ସମେତ ଅଧିକାଂଶ ସଭ୍ୟସଭ୍ୟା ଗତ ତା୦୯-୦୪-୨୦୧୮ରେ ଜିଲ୍ଲାପାଲଙ୍କ ଅଭିଯୋଗ ଶିବର ଟିଟିଲାଗଡରେ ଉପସ୍ଥିତ ହୋଇ ଜଣାଇଥିବା ବେଳେ, ଏହା ପୂର୍ବରୁ ଗ୍ରାମପଞ୍ଚାୟତ ସଭ୍ୟସଭ୍ୟାଙ୍କ ଦରଖାସ୍ତ କ୍ରମେ ସେ ସମୟର କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାନ୍, ତା୧୫-୦୧-୨୦୧୮ରେ ଉପଜିଲ୍ଲାପାଳ, ଟିଟିଲାଗଡଙ୍କୁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜଣାଇଥିଲେ । କିନ୍ତୁ ପ୍ରଶାସନ କଳ କୌଣସି ପଦକ୍ଷେପ ନନେଇ ଚୁପ୍‌ ରହିହିଥିଲା । ଯାହାଫଳରେ ସରପଞ୍ଚଙ୍କୁ ନିଜ ମନଇଚ୍ଛା ଗ୍ରାମପଞ୍ଚାୟତକୁ ନିଜ ଘର ଭଳି ଚଳାଇବାର ଯଥେଷ୍ଟ ଖୋରାକ ମିଳିଗଲା ।

ଏହିପରି ଭାବରେ ମହଖଣ୍ଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଗ୍ରାମପଞ୍ଚାୟତ ଆଇନକୁ ନିଜ ହାତକୁ ନେଇ ଗ୍ରାମପଞ୍ଚାୟତର କୌଣସି ପରାମର୍ଶ ବିନା ଗତ ଚାରି ବର୍ଷ ଧରି ମନମୁଖୀ ଶାସନ ଚଳାଇଥିବାର ଗୁରୁତର ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ ଶ୍ରୀମତୀ ଉଲାସ ବେହେରା ସମେତ ୱାର୍ଡ ମେମ୍ବର ତଥା ଗ୍ରାମବାସୀ ।ଆହୁରି ମଧ୍ୟ ଗତ ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସର ବାର୍ଦ୍ଧକ୍ୟ, ବିଧବା. ବିକଳାଙ୍ଗ ଭତ୍ତା ମଧ୍ୟ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଜନ ମାଝୀ ଗ୍ରହଣ କରି ସାରିଥିଲେ ସୁଦ୍ଧା ମହଖଣ୍ଡ ଗ୍ରାମପଞ୍ଚାୟତର ଗଡିଆଯୋର, ଭରୁଆକାନି ଏବଂ ସନ୍ଧିବାହାଲି ଗ୍ରାମର ହିତାଧିକାରୀଙ୍କୁ ଦେଇ ନଥିବା ନାଏବ ସରପଞ୍ଚ ଶ୍ରୀମତୀ ବେହେରା ଆମ୍ଭ ପ୍ରତିନିଧିଙ୍କୁ ଏକ ଭିଡିଓ ସାକ୍ଷାତକାର ଦେଇ କହିଛନ୍ତି ।

ଏହା ବ୍ୟତୀତ ଗତ କିଛି ଦିନ ତଳେ ସରପଞ୍ଚ ତଥା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ କୁଆଡେ ଗଣ୍ଡଗୋଳ ମାରପିଟ ହୋଇ ନିର୍ବାହୀ ଅଧିକାରୀ ତାଙ୍କ ଡିଉଟିରେ ଗୁରୁତର ଅବହେଳା କରୁଥିବା ବେଳେ ଆବାସ ଯୋଜନା ହିତାଧିକାରୀଙ୍କ ଠାରୁ ପାଞ୍ଚ ହଜାର ଲେଖାଏଁ ଟଙ୍କା ଅସୁଲି କରି ଆଣି ତାଙ୍କୁ ଦେବାକୁ ମଧ୍ୟ ସରପଞ୍ଚ କୁଆଡେ ଜିଓଟେକ୍‌‌ଙ୍କୁ ଧମକ ଚମକ ଦେଇଥିବାର ପୂର୍ବତନ ସମିତି ସଭ୍ୟ ଚରଣ ମେହେର ଏହି ସମ୍ବାଦଦାତାଙ୍କୁ କହିଛନ୍ତି । ବର୍ଷ ବର୍ଷ ଧରି ଚାଲିଥିବା ମହଖଣ୍ଡ ଗ୍ରାମପଞ୍ଚାୟତର ଦୁର୍ନୀତି ଧରିବା ନିମନ୍ତେ ବିଶେଷ ଅଡିଟ ପୂର୍ବକ ଓଡିଶା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ହାତରେ ଖୋଳତାଡ କରାଇବାକୁ ଜନସାଧାରଣ ଦାବୀ କରୁଛନ୍ତି ।

Leave A Reply

Your email address will not be published.