oom

ରାସ୍ତା ପ୍ରଶସ୍ତିକରଣ ଆଳରେ ଅବାଧ ଗଛ କଟା ଅଭିଯୋଗ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ କଣାସ ରାସ୍ତାର ପ୍ରଶସ୍ତିକରଣ ଆଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବନବିଭାଗ ତରଫରୁ ଦଶବର୍ଷ ତଳେ ଲାଗି ଥିବା ବଡ଼ ବଡ଼ ଫୁଲ, ଫଳ ଓ ଔଷଧୀୟ ବୃକ୍ଷ ସମୂହକୁ ଯୁଦ୍ଧ କାଳୀନ ଭିତ୍ତିରେ ଡ୍ରୋଜର୍‌ ଲଗାଇ ଉପାଡି ଦିଆଯାଇଛି । ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ରାସ୍ତାର ଉଭୟ ପାଖରୁ ଅଢେଇ ଫୁଟ୍‌ ପ୍ରଶସ୍ତି ପାଇଁ ନିର୍ଦ୍ଦେଶ ଥିବା ବେଳେ ରାସ୍ତାଠାରୁ ୪ ଫୁଟ୍‌ ଦୂରରେ ଥିବା ବଡ଼ ବଡ଼ ଗଛକୁ ବେଧଡ଼କ ଭାବେ କାଟି ଦିଆଯାଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ରାସ୍ତାକୁ ଲାଗିଥିବା ବିଦ୍ୟୁତ ଖୁଣ୍ଟ ଗୁଡିକୁ ହଟାଯାଉନି ଅଥଚ ବିଦ୍ୟୁତ ଖୁଣ୍ଟଠାରୁ ଯଥେଷ୍ଟ ଦୂରରେ ଥିବା ବଡ଼ ବଡ଼ ବୃକ୍ଷରାଜ ଗୁଡିକୁ ଉପାଡି ଦିଆଯାଇଛି । ଏହି ବେଧଡ଼କ ଗଛ କଟାକୁ ବିରୋଧ କରି କଲ୍ୟାଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ଲାକାର୍ଡ, ସ୍ଲୋଗାନ ଦେଇ ପ୍ରତିବାଦ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ପରିବେଶବିତ ଅପର୍ତ୍ତି ମହାପାତ୍ର, ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ସେଠି, ତ୍ରିଲୋଚନ ପଂଚାୟତ ସରପଞ୍ଚ ଗୁଣନିଧି ପାତ୍ର, ଅଧ୍ୟକ୍ଷା ତୃପ୍ତିମୟୀ ପରିଡା, ଅଧ୍ୟାପକ କୈଳାଶ ଚନ୍ଦ୍ର ସାହୁ, ନିରଦ ସାମନ୍ତରାୟ, ସମ୍ପଦ ପ୍ରଧାନ, ବିଷ୍ଣୁପ୍ରିୟା ପରିଡା, ପ୍ରକୃତିବନ୍ଧୁ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ରଶ୍ମି ରଞ୍ଜନ ପ୍ରଧାନ ଏବଂ ଡକ୍ଟର ବିଶ୍ୱରଞ୍ଜନ ଜେନା ପ୍ରମୁଖ ସାମିଲ ହୋଇଥିଲେ । ଯଦି ତୁରନ୍ତ ଗଛ କଟା ବନ୍ଦ କରାନଯାଏ, ତେବେ ସ୍ଥାନୀୟ ଜନସାଧାରଣ ତରଫରୁ ଦୃଢ଼ ପ୍ରତିବାଦ ଓ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.