oom

ଛତ୍ରପୁର ସହରାଞ୍ଚଳ ୫ ନମ୍ୱର ୱାର୍ଡ଼ ନିଉ-ନାଗୁଲୁ ପେଟ୍ଟା ସାହି ପ୍ରତି ଅବହେଳା ଅଭିଯୋଗ

jsmm
  • ସାହିବାସୀ ଭୋଟ ବର୍ଜନ କରିବେ ବୋଲି ପ୍ରଶାସନକୁ ଚେତାବନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ଏନ୍ଏସିର ୫ ନମ୍ୱର ୱାର୍ଡ଼ ଅନ୍ତର୍ଗତ ନିଉ-ନାଗୁଲୁ ପେଟ୍ଟା ସାହିରେ ନାଳ, ନର୍ଦ୍ଦମା ଓ ରାସ୍ତାଘାଟର ନିର୍ମାଣ ଓ ମରାମତି ଆଦି ହୋଇପାରୁନଥିବା ବାସିନ୍ଦାଙ୍କ ପକ୍ଷୁରୁ ମିଳିତ ଅଭିଯୋଗ ହୋଇଛି । ଉକ୍ତ ସାହିର ବୁଦ୍ଧିଜୀବୀମାନଙ୍କୁ ନେ଼ଇ ବହୁବାର ଏନ୍ଏସି କର୍ତ୍ତୃପକ୍ଷଙ୍କଠାରେ ବାରମ୍ବାର ଦାବୀ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ଆଶୁ ସମାଧାନ ହୋଇ ପାରୁନାହିଁ । ପ୍ରକାଶ ଥାଉକି, ଛତ୍ରପୁର ସହରାଞ୍ଚଳର ସମସ୍ତ ୱାର୍ଡ଼, ସାହି, ଗଳିକନ୍ଦିରେ ରାସ୍ତା, ଘାଟ ନିର୍ମାଣ ଓ ମରାମତି ସହ ସୌନ୍ଦର୍ଯ୍ୟକରଣ ଆଦି ସୁବିଧା ଉପଲବ୍ଧ ହୋଇ ଆସିଥିଲେ ସୁଦ୍ଧା ଏହି ୱାର୍ଡ଼ର ନିଉ-ନାଗୁଲୁ ପେଟ୍ଟା ସାହି ପ୍ରତି ଏନ୍ଏସି କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ପ୍ରଦର୍ଶନ ନେଇ ସାହି ବାସିନ୍ଦାଙ୍କ ତରଫରୁ ପୃଥକ୍ ପୃଥକ ସ୍ଥାନରେ ବୈଠକ ବସିଥିଲା ଏବଂ ପରେ ଏକ ଶେଷ ନିଷ୍ପତ୍ତି ନେଇ ଶନିବାର ଏନ୍ଏସି କର୍ତ୍ତୃପକ୍ଷଙ୍କ ଆଗରେ ପ୍ରତିବାଦର ସ୍ଵର ଉଠାଇଥିଲେ । ଏହି ଅବ୍ୟବସ୍ଥାକୁ ନେଇ ଘୋର ନିନ୍ଦା ଓ ତୀବ୍ର ବିରୋଧ କରିଥିଲେ । ନାଳ, ନର୍ଦ୍ଦମା ଓ ରାସ୍ତାଘାଟର ନିର୍ମାଣ ଓ ମରାମତି ଆଦି ନହେବା କାରଣ ଏବଂ ଯେଉଁ ସମସ୍ୟା ରହିଛି, ସେ ନେଇ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ହେତୁ ଆଜି ପ୍ରତିବାଦର ସ୍ଵର ଉଠାଇଥିବା ସାଂଗକୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ଦେଇଥିବା ଜଣାଯାଇଛି । ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ସାହିବାସୀ ଦାବୀ କରିଛନ୍ତି । ସମାଧାନ ନ ହେଲେ ସାହିବାସୀ ଭୋଟ ବର୍ଜନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.