ଯୁବକଙ୍କୁ ନୃଶଂସ ଭାବେ ଠେଙ୍ଗାରେ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରେ ଶୋଇଥିବା ବେଳେ ନୃଶଂସ ଭାବେ ଠେଙ୍ଗାରେ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତୁଷୁରା ଥାନା ଅନ୍ତର୍ଗତ ଜାମୁଟ୍‌ ନିବାସୀ କାହ୍ନୁ ବେହେରା(୨୪) ଗତ ରାତିରେ ଘରେ ଶୋଇଥିବା ବେଳେ ସେହି ଗାଁର ଦୁଇ ଭାଇ ସୁଧନ ରଣା ଓ ରତନ ରଣା ରାତି ପ୍ରାୟ ୨ଟା ସମୟରେ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ କାହ୍ନୁଙ୍କ ମୁଣ୍ଡରେ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ବିବିଏମ୍‌ଚିଏଚ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଆକ୍ରମଣକାରୀ ଦୁଇ ଭାଇ ସୁଧନ ଓ ରତନଙ୍କ ସହ କାହ୍ନୁଙ୍କ କୌଣସି ପୂର୍ବ ଶତ୍ରୁତା ନଥିବା କାହ୍ନୁ କହିଛନ୍ତି ।

Leave A Reply

Your email address will not be published.