ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଛତାପିପଲ ଗାଁରେ । ସୂଚନା ଅନୁସାରେ ଗାଁର କାଲୁ ଦୀପ(୬୦) ଗତ ୧୧ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ନିଖୋଜ ହୋଇଥିବା ନେଇ ପୁଇଁତଲା ଥାନାରେ ଲିଖିତ ଭାବେ ଜଣାଇଥିଲେ । ତେବେ ଗତକାଲି ସକାଳୁ କାଲୁଙ୍କ ଶବ ପୋଖରୀରେ ଭାସୁଥିବା ଦେଖିଥିଲେ ଗାଁ ଲୋକେ । ଏହାପରେ ପୋଖରୀ ହିଡରେ ଲୋକଙ୍କ ଭିଡ ବଢ଼ିବାରେ ଲାଗିଥିଲା । ଅନ୍ୟପକ୍ଷେ ୧୧ ତାରିଖ ଦିନ କାଲୁ ଗାଁର ଅନ୍ୟ କିଛି ଲୋକଙ୍କ ସହିତ ପୋଖରୀ ହିଡରେ ଜୁଆ ଖେଳୁଥିଲେ । ତେଣୁ ସେହି ଲୋକମାନେ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରୁଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.