jayashree

ଲୋକନାଥ ମନ୍ଦିର ଉନ୍ନତିକରଣରେ ଅଣଦେଖା ଅଭିଯୋଗ

  • ୫-ଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିବେ ଦେବାଳୟ ସୁରକ୍ଷା କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର ସହରର ସମ୍ବଲପୁର ରୋଡ ସ୍ଥିତ ପୁରାତନ ଲୋକନାଥ ମନ୍ଦିର ଦେବୋତ୍ତର ବିଭାଗ ଅଧିନରେ ଥିବା ମନ୍ଦିର ଏବେ ବିପଦମୁଖରେ । ଏହି ମନ୍ଦିର ସ୍ୱତନ୍ତ୍ର ଯୋଜନାରୁ ବାଦ ପଡିଛି । ଗର୍ଭଗୃହ ଫାଟ ସୃଷ୍ଟି ହେବାରୁ ଦେବାଳୟ ସୁରକ୍ଷା କମିଟି ସ୍ୱତନ୍ତ୍ର ଅନୁଦାନ ଜିଲ୍ଲା ପ୍ରଶାସନକୁ ଦାବି କଲା । ଏହି ମନ୍ଦିର ପାଟଣା ଶାସନ ସମୟର ମୁକସାକ୍ଷୀ ଥିବା ବେଳେ ତା.୦୧.୦୮.୧୯୧୯ରେ ଏହି ମନ୍ଦିର ମହାରାଜ ପୃଥ୍ୱୀରାଜ ସିଂହଦେଓ ଓ ପାଟରାଣୀ କିଶୋରୀ ମହାରାଣୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ମନ୍ଦିର ଏବେ ଭୁଷୁଡି ପଡିବା ଅପେକ୍ଷାରେ ରହିଲାଣି । ୨୪୦ ଡିସମିଲ ଏରିଆରେ ତତ୍‌କାଳୀନ ପାଟଣା ମହାରାଜ ଏହାକୁ ଦେବୋତ୍ତର ଅଧିନରେ ଥିବାବେଳେ ମାଁ ଭୈରବୀ ମନ୍ଦିର ମଧ୍ୟ ଏବେ ବିପଦମୁଖରେ ଅଛି । ରୋଷେଇଶାଳା, ଭୋଗ ମଣ୍ଡପ, ସେବାୟତଙ୍କ ବାସଗୃହ, ପାଣିବ୍ୟବସ୍ଥା ଓ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ବର୍ଷା ମାସରେ ଡ୍ରେନ ବ୍ୟବସ୍ଥା ନ ଥିବାରୁ ମନ୍ଦିର ଭିତରକୁ ନାଳପାଣି ପ୍ରବେଶ କରୁଥିବା ବେଳେ ମନ୍ଦିରର ଗର୍ଭଗୃହରେ ଫାଟସୃଷ୍ଟି ହୋଇ ଫାଟ ସୃଷ୍ଟି ହୋଇ ବିପଦମୁଖ ଅବସ୍ଥାରେ । ମନ୍ଦିରକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯାଉ ବୋଲି ଆଜି ଦେବାଳୟ ସୁରକ୍ଷା କମିଟି ବୈଠକ ବସିଥିଲା । ମନୋରଂଜନ ପୁରୋହିତଙ୍କ ଆହ୍ୱାନ କ୍ରମେ ମନ୍ଦିରର ପୂଜକ କାଳିଆ ଥନାପତି ମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଦେବାଳୟ ସୁରକ୍ଷା କମିଟି ଆସନ୍ତା କାଲି ୫-ଟି ଚେୟାରମେନ ବଲାଙ୍ଗିର ଗସ୍ତ ଆସୁଥିବା ବେଳେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଛି ଏବଂ ସ୍ୱତନ୍ତ୍ର ଯୋଜନାରେ ମନ୍ଦିରକୁ ସାମିଲ କରିଯିବାକୁ ବୈଠକରେ ସହମତି ହୋଇଥିଲା । ମଧୁସୁଦନ ନାଏକ, ନରେନ୍ଦ୍ର କବାଟ, ଅରୁଣ କୁମାର ମିଶ୍ର, ଶମ୍ଭୁ ଶତପଥୀ, ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ ।

Leave A Reply

Your email address will not be published.