ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭାଠାରୁ ଭରତବାହାଲ ୯ କିଲୋମିଟର ରାସ୍ତାକାମ ନିମ୍ନମାନର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ବିନା ମେସିନରେ କାମ ହେଉଥିବାରୁ ଖାଲଢିପ ରହୁଛି । ଏତେ ମାତ୍ରାରେ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଗୋଟିଏ ସ୍ତର ମଧ୍ୟ ଭଲରେ କାମ ହେଉନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତାରେ ପ୍ରତିଦିନ ଲୋକେ ଯିବା ଆସିବା କରିଥାନ୍ତି । ଜେଇ, ଏସ୍ଡିଓ କହୁଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ବିନା ମେସିନରେ ଲୋକେ କାମ କରନ୍ତି । ତାହା କୁଆଡେ ଡିପିଆର୍ର ନିୟମ ଅଛି । ଯଦି ଏହି ରାସ୍ତା ପାଇଁ ନିୟମ ଅଛି ତା’ ହେଲେ ପିଡବ୍ଲୁଡି ରାସ୍ତାରୁ ରାକ୍ଷୀଉଡାର ରାସ୍ତା କାମ କାହିଁକି ମେସିନରେ କରାଯାଉଛି । ଯାହା ଜଣାପଡୁଛି ଏଥିରେ ସମସ୍ତେ ସାମିଲ ରହି ରାସ୍ତା କାମ ନିମ୍ନମାନର କରୁଛନ୍ତି ବୋଲି ଅଭିଯୋଗ ହେଉଛି ।