ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ତୁମୁଡ଼ିବନ୍ଧ ବ୍ଲକ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବେଦଭୂଷଣଙ୍କ ସମେତ ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏବଂ ତୁମୁଡି଼ବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ, ଅଧିକାରିଣୀ ଯୋଗ ଦେଇଥିବା ବେଳେ ମୋଟ ୭୦ ଗୋଟି ଅଭିଯୋଗ ଶୁଣାଣି ମଧ୍ୟରୁ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲାରେ କିଛି ବ୍ଲକ୍ ମଧ୍ୟରୁ ତୁମୁଡ଼ିବନ୍ଧ ବ୍ଲକର ଅନେକ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସମସ୍ୟା ରହିଛି, ସେଥିମଧ୍ୟରୁ ବିଶୁଦ୍ଧ ପାନୀୟ ଜଳ, ଗ୍ରାମ୍ୟ ସଡ଼କ ଯୋଜନା, ବିଦ୍ୟୁତ୍ ସେବା, ଆବାସ ଗୃହ, ମୁଖ୍ୟମନ୍ତ୍ରୀ ବସ୍ ସେବା ଓ ଅନ୍ୟାନ୍ୟ ସମସ୍ୟା ନେଇ ଜିଲ୍ଲାପାଳ ଓ ପ୍ରଶାସନଙ୍କ ପାଖରେ ନିଜ ଅଞ୍ଚଳର ଅଭିଯୋଗ ଜଣାଇଥିବା ଦେଖିବାକୁ ମିଳିଥିଲା ।