ହିଞ୍ଜିଳିରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ କଂଗ୍ରେସ ନେତା ରଜନୀ କାନ୍ତ ପାଢ଼ୀଙ୍କ ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି, କଂଗ୍ରେସ ନେତା ରଜନୀ କାନ୍ତ ପାଢ଼ୀ । ଏହା ସାଂଗକୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ୍ ଭାବେ ଚାଳିଥିବା ମଦଭାଟି, ବିଦେଶୀ ମଦ ଦୋକାନ ଗୁଡ଼ିକ ସୁପ୍ରିମକୋର୍ଟର ଗାଇଡ ଲାଇନକୁ ଅବମାନନା କରି ବ୍ୟାପକ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ଆଣିଛନ୍ତି । ହିଞ୍ଜିଳି ମୌଜାର ପ୍ଲଟ ନମ୍ବର ୩୦୮୧ କିସମର ରକ୍ଷିତ ଜମି ଉପରେ ଅବୈଧ ଗୃହ ନିର୍ମାଣ, ହିଞ୍ଜିଳିକାଟୁ ଜଳସେଚନ ବିଭାଗ ଉପଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ପାର୍ଶ୍ଵସ୍ଥ ଅବୈଧ ଦୋକାନ ଗୃହ ନିର୍ମାଣକୁ ଉଚ୍ଛେଦ କରିବାକୁ ଦାବୀ କରିଛନ୍ତି । ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟରେ ଆସୁଥିବା ଅର୍ଥ ବାଟମାରଣା ହୋଇଛି । ଋଷିକୁଲ୍ୟା ନଦୀର ବାଲିଘାଟରୁ ବ୍ୟାପକ ଭାବେ ବାଲି ଚୋରାଚାଲାଣ, ପଥର, ମୋରମ, ଆଦି ଚୋରା ଚାଲଣ ହେଉଥିବା ହିଞ୍ଜିଳି କଂଗ୍ରେସ ପାର୍ଟି ନେତା ରଜନୀ କାନ୍ତ ପାଢ଼ୀ ଅଭିଯୋଗ କରିଛନ୍ତି । ଶନିବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ବିରାଟ ଶୋଭାଯାତ୍ରାରେ ପୁରୁଷ ଓ ମହିଳା ଗୋଷ୍ଠୀ ଆସି ସ୍ୱର ଉତ୍ତୋଳନ କରିଥିଲେ । ଶ୍ରୀ ପାଢ଼ୀଙ୍କ ପ୍ରତିନିଧି ମଣ୍ଡଳୀଙ୍କ ସହ ଜିଲ୍ଲାପାଳଙ୍କୁ ଭେଟି ଏନେଇ ୫ଟି ଫର୍ଦ୍ଧର ସ୍ୱତନ୍ତ୍ର ସ୍ଵତନ୍ତ୍ର ଭାବେ ୫ଦଫା ଦାବୀ ମାଧ୍ୟମରେ ଅଭିଯୋଗ ଦର୍ଶାଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯାହାକି, ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ଏବଂ ଶେରଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତରୀ ପଦବୀ ପୂରଣ କରିବା ନିମନ୍ତେ ଦାବୀ କରାଯାଇଛି । ହିଞ୍ଜିଳି ବ୍ଲକ ଅଧୀନସ୍ଥ ବୁରୁପଡା ସମେତ ଅନ୍ୟ ଛଅଟି ଗ୍ରାମର କନିଷ୍ଠ ଯନ୍ତ୍ରୀଙ୍କ ଶେରଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ପବିତ୍ର ପଟ୍ଟନାୟକଙ୍କ ଦୁର୍ନୀତି ମୂଳକ କାର୍ଯ୍ୟ, ଅର୍ଥାତ୍ ନିମ୍ନମାନର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି । ଏଭଳି ଅନେକ ସମସ୍ୟାବଳୀକୁ ଆଧାର କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଠାରେ ସ୍ମାରକପତ୍ର ମାଧ୍ୟମରେ ଦାବୀ ଜଣାଇଛନ୍ତି । ଆଗମୀ ଏକ ମାସ ମଧ୍ୟରେ ଉକ୍ତ ରିପୋର୍ଟର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସାଂଗକୁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଗଣମାଧ୍ୟମ ଆଗରେ ଶ୍ରୀ ପାଢ଼ୀ ତାଙ୍କ ଶହ ଶହ ଲୋକଙ୍କ ସହଯୋଗରେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.