ଡେଲାଙ୍ଗ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିରରେ ସମୁଦାୟ ୧୪୧ ଗୋଟି ଅଭିଯୋଗର ପଂଜିକରଣ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସୋମବାର ଦିନ ସକାଳ ୧୦ଟା ସମୟରେ ଡେଲାଙ୍ଗ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିରରେ ସମୁଦାୟ ୧୪୧ ଗୋଟି ଅଭିଯୋଗର ପଂଜିକରଣ ହୋଇଥିଲା । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସ୍ପି ପ୍ରତୀକ ସିଂ, ଉପଜିଲ୍ଲାପାଳ ରାଜକିଶୋର ଜେନା, ଏଡିଏମ୍ ଶରତ ଚନ୍ଦ୍ର ବେହେରା, ସିଡିଏମ୍ଓ ଅକ୍ଷୟ କୁମାର ଶତପଥୀ, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ଭାରପ୍ରାପ୍ତ ଅଭିଯୋଗ ଶୁଣାଣି ଅଧିକାରୀ ପଞ୍ଚାନନ ପରିଜା, ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଡ଼ିଓ କ୍ଷିତିଶ ବେହେରା, ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ, ଏସ୍ଡିପିଓ ଦେବାଶିଷ ମିଶ୍ର, ଆଇଆଇସି ଶ୍ୟାମଘନ ବାରିକ, ସହାୟକ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ହେଡ଼ କ୍ଲର୍କ ଆଶିଷ କୁମାର ପାତ୍ର, ଡିଇଓ ଦୀପକ କୁମାର ପାଢ଼ୀ ସମସ୍ତ ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ଯୁଗ୍ମ ଜନ ଶୁଣାଣୀ ଶିବିରରେ ଉପସ୍ଥିତ ରହି ଆସିଥିବା ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଆସିଥିବା ୧୪୧ ଅଭିଯୋଗ ମଧ୍ୟରୁ ୧୦୬ ଗୋଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିବା ବେଳେ ୩୫ ଗୋଟି ଅଭିଯୋଗ ଗୋଷ୍ଠୀ ଭିତ୍ତିକ ରହିଥିଲା ଓ ୧୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ସମସ୍ତ ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିବା ପରେ ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।