ଯନ୍ତ୍ରୀଙ୍କୁ ହତ୍ୟା ଧମକ ଅଭିଯୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପୂର୍ତ୍ତ ବିଭାଗର ଜନୈକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ବିଲ ପାସ କରିବା ପାଇଁ ଜଣେ ଠିକାଦାରଙ୍କ ଭାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନାରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ମଦନପୁର ରାମପୁର ପୂର୍ତ୍ତ ବିଭାଗ ଉପଖଣ୍ଡ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅନନ୍ତ ପ୍ରଧାନ ଏବଂ ଦୁଇଜଣ ବିଭାଗୀୟ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସରକାରୀ ବାସଭବନରେ ଥିଲେ । ସେହି ସମୟରେ ଏଆର୍‌ଏନ୍‌ଏସ୍‌ କମ୍ପାନୀର ମାଲିକଙ୍କ ଭାଇ ତାଙ୍କ ୧୦ରୁ ଅଧିକ ସହଯୋଗୀଙ୍କ ସହ ଯାଇ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଠିକା କାର୍ଯ୍ୟର ବିଲ କରିବା ପାଇଁ ଧମକ ଚମକ ଦେବା ସହ ଜାତିଆଣ ଆକ୍ଷେପ କରିବା ସହ ରିଭଲଭର ଦେଖାଇ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି । ମଦନପୁର ରାମପୁର ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.