centurian jitm

ନଳକୂପ ପାଇଁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ଯୁବ ସମାଜସେବୀ ଧର୍ମେନ୍ଦ୍ର ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଖରା ମାସ ଚାଲୁଛି ଏବଂ ପାଣି ପାଇଁ ଡହକ ବିକଳ ହେଉଛନ୍ତି ଜୀବ ଜଗତର ସମସ୍ତ ପ୍ରାଣୀ । ମନୁଷ୍ୟ ହେଉ କି ଅନ୍ୟ ଜୀବଜନ୍ତୁ ହୁଅନ୍ତୁ, ଜଳ ବିନା ବଞ୍ଚିବା ବହୁତ କଷ୍ଟକର । ଠିକ ସେମିତି ପାଣିର ଅଭାବ ଦେଖା ଦେଇଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଦୀର୍ଘଦିନ ହେବ ଏକ ପୁରୁଣା ନଳକୂପ ଅଚଳ ହୋଇପଡିଛି । ଯାହାଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ବିଦ୍ୟାଳୟଟି ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ବେମଳେ ବତ୍‌ର୍ତ୍ତମାନ ୨୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟଟି ଗୋଟିଏ ବର୍ଷ ପୂର୍ବରୁ ଦୁଇ ଦୁଇଟି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆୱାର୍ଡ ପାଇଛି । ଉକ୍ତ ବିଦ୍ୟାଳୟରେ ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁଥିଲେ ସୁଦ୍ଧା ବହୁତ ଅସୁବିଧା ହେଉଛି । ଗତକାଲି ବିଜେପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଖୁବଶୀଘ୍ର ଏକ ନୂତନ ନଳକୂପ ଖୋଲିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଦାବି ରଖିଛନ୍ତି ସେହି ଗ୍ରାମର ଯୁବ ସମାଜସେବୀ ଧର୍ମେନ୍ଦ୍ର ବାଗ ।

Leave A Reply

Your email address will not be published.