oom

ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୁରେନା ଗ୍ରାମବାସୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତରେ ୧୯୮୫ ମସିହାରୁ ପ୍ରତିଷ୍ଠିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରତି ହୋଇଥିବା ବୈମାତୃକ ମନୋଭାବର ପ୍ରତିବାଦରେ ଆଜି ପୁରେନା ଗ୍ରାମବାସୀ ପାଇକମାଲ ଠାରେ ଚାଲୁଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଫେରାଦ ଦେଇଛନ୍ତି । ଏଥିରେ ପୁରେନା ଗ୍ରାମ୍ୟ କମିଟିର ସଭାପତି ବିଶିକେଶନ ଗହୀର, ଲକ୍ଷପତି ବେହେରା, ସ୍କୁଲ ପରିଚାଳନା କମିଟିର ସଭାପତି ଅଭିମନ୍ୟୁ ସାହୁ, ଜଗନ୍ନାଥ ମନ୍ଦିର କମିଟିର ସଂପାଦକ ଦେବରାଜ ସାହୁ, ମନୋଜ ପଟେଲ, ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ରେଣୁଧର ସାହୁ, ପ୍ରଧାନ ଶିକ୍ଷକ ପ୍ରମୋଦ ନାଥ ପ୍ରମୁଖ ଉପସ୍ଥିତ ରହି ସ୍କୁଲରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ବୈମାତୃକ ମନୋଭାବର ପ୍ରତିବାଦ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୁରେନା ଗ୍ରାମବାସୀଙ୍କ ନିଜସ୍ଵ ଉଦ୍ୟମରେ ପ୍ରତିଷ୍ଠିତ ଏହି ସୁନାମଧନ୍ୟ ଅନୁଷ୍ଠାନ ବହୁ ବାଧାବିଘ୍ନ ଅତିକ୍ରମ କରି ଅନେକ ସୁନାଗରିକ ଗଢି ତୋଳିଛି କିନ୍ତୁ ବିଭାଗୀୟ ଉଦାସୀନତା ଫଳରେ ଆଜି ସ୍କୁଲଟି ସମ୍ପୂଣ୍‌ର୍ଣ୍ଣ ରୂପେ ବନ୍ଦ ହେବା ଅବସ୍ଥାକୁ ପହଞ୍ଚି ଯାଇଛି । ଯଦି ଶିକ୍ଷକ ନିଯୁକ୍ତି ନହେବ ତାହେଲେ ଏହି ସ୍କୁଲରେ ନିର୍ଭରଶୀଳ ଗ୍ରାମ ଯଥା ଗମ୍ଭାରୀଡିହି, କଦଳୀମୁଣ୍ଡା, ସର୍ଗୀଜୁରି, ବରଭଟା ଓ ପୁରେନା ଗ୍ରାମର ଅନେକ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ଲାଭରୁ ବଞ୍ଚିତ ହେବେ ।

jittmm
Leave A Reply

Your email address will not be published.