ନୟାଗଡ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛୁଆବିକ୍ରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନୟାଗଡ଼ ବ୍ଳକ୍ ଇଟାମାଟି ଥାନା ଅନ୍ତର୍ଗତ ନୋତର ଗ୍ରାମର ଜଲି ସ୍ୱାଇଁ ଗତ ୨୮ ତାରିଖରେ ଗର୍ଭବେଦନା ସହି ନପାରି ପ୍ରସବ ପାଇଁ ଆଶାଦିଦିଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି ହୋଇଥିଲେ ଏବଂ ପୁଅଟିଏ ଜନ୍ମ ଦେଇଥିଲେ । ପୁଅର ଅବସ୍ଥା ମଧ୍ୟ ଭଲ ଥିଲା ବୋଲି ଜଲି କହନ୍ତି । ଦିଦି ପୁଅଟିକୁ ଟିକା ଦେବାପାଇଁ କହି ତାଙ୍କଠାରୁ ନେଇଥିଲେ । ହେଲେ ପୁଅକୁ ଆଉ ଫେରାଇନଥିଲେ । ବେଶୀ ଡେରି ହେବାରୁ ଜଲି ଓ ତାଙ୍କ ସ୍ୱାମୀ ପୁଅକୁ ଖୋଜିବା ସହିତ ପୁଅକୁ ନେଇଥିବା ଦିଦିଙ୍କୁ ଖୋଜାଖୋଜି କରିଥିଲେ । ହେଲେ କାହାରିକୁ ପାଇନଥିଲେ । ଏହାକୁ ନେଇ ଜଲିଙ୍କ ସ୍ୱାମୀ ରବି ତାଙ୍କ ପୁଅକୁ ଟିକା ଦେବାକୁ ନେଇ ଆଉ କାହାକୁ ବିକ୍ରି କରି ଦିଆଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ।