ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କଟାବାହାଲ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା । ଏହି ଅଭିଯୋଗ ଶୁଣାଣିରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ମଲକେନ ଡ୍ୟାମର ଉନ୍ନତିକରଣ, କଟାବାହାଲ ଠାରେ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଏବଂ ନିଜ ପଞ୍ଚାୟତ ଅଧୀନରେ ଥିବା କେନ୍ଦୁମାଲ, ପରମାନନ୍ଦପୁର ଓ ବ୍ରାହ୍ମଣମାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ବେଳେ ପୂର୍ବରୁ ଦେଇଥିବା ଅଭିଯୋଗ ଯାହାକି ତାଲପାଲି ଛକ ଠାରୁ କଟାବାହାଲକୁ ସଂଯୋଗ କରିଥିବା ୨୦୦ ମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ୮ ଗୋଟି ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଦ୍ମପୁର ଓ ଗାଇସିଲେଟକୁ ଯିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ତାଲପାଲି ସ୍ୱାସ୍ଥ୍ୟକେନ୍ଦ୍ର ଓ ତାଲପାଲି କଲେଜକୁ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଏବଂ ଛାତ୍ରଛାତ୍ରୀ ଯିବା ଆସିବା କରୁଥିବାରୁ ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଯଥା ଶୀଘ୍ର ଉକ୍ତ ରାସ୍ତାର ସମାଧାନ କରିବା ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.