ଝଲପ ପଞ୍ଚାୟତରେ ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝଲପ ଗ୍ରାମପଞ୍ଚାୟତ ସରପଞ୍ଚ ଗୀତାଫୁଲ ପୁଟେଲଙ୍କ ସଭାପତିତ୍ୱରେ ବଙ୍ଗୋମୁଣ୍ଡା ବ୍ଲକ ଜିପିଡିଓ ପୁରୁଷୋତ୍ତମ ମାଝୀ, ଏପିଓ ଲକ୍ଷ୍ମଣ ବୁଡେକ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଲୋକେ ମୁଖ୍ୟତଃ ଭତ୍ତା, ରାସନ୍‌କାର୍ଡ, ଘର ପାଇଁ ଲୋକେ ଆବେଦନ କରିଥିଲେ । ଶତାଧିକ ଅଭିଯୋଗକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚି ଆବେଦନ କରିଥିଲେ । ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି କରାଯାଇଥିବାରୁ ଲୋକେ ନିଜନିଜର ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ପିଇଓ ପିତବାସ ଜାନୀ, ସମାଜସେବୀ ଗୋବିନ୍ଦ ପୁଟେଲ, ନାଏବ ସରପଞ୍ଚ ଝସକେତନ ବାରିକଙ୍କ ସହ ପଞ୍ଚାୟତର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.