ଦୁର୍ନୀତିର ନଗ୍ନ ଚିତ୍ର : ଗୋଟିଏ କୋଠାକୁ ୨ ଥର ବିଲ୍‌ କରି ସରକାରୀ ଅର୍ଥ ଆତ୍ମସାତ, ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମ ମହିଳାଙ୍କ ଫେରାଦ

ନୂଆପଡା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦର ଗ୍ରାମ ପଞ୍ଚାୟତ ସିଙ୍ଗାରି ଗ୍ରାମରେ ସରକାରୀ ଅର୍ଥକୁ ହରି ଲୁଟ୍‌ ହୋଇଛି । ଗୋଟିଏ କୋଠାକୁ ଦୁଇଥର ବିଲ୍‌ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆସିଛି । ସିଙ୍ଗାରୀ ଗ୍ରାମର ମହିଳାମାନେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିରରେ ଫେରାଦ ଜଣାଇଛନ୍ତି । ଆମ ଗାଁ ଆମ ବିକାଶ ଯୋଜନାରେ ଏକ ଗୋଷ୍ଠୀ ଗୃହ ନିର୍ମାଣ କରିଥିଲେ । ସେହି ଗୋଷ୍ଠୀ ଗୃହକୁ ରଙ୍ଗ ପୋତି ନୂତନତ୍ୱ ଲୁକ୍‌ ଦେଇ ମିଶନ ଶକ୍ତି ଗୃହ ନାମରେ ପୁଣି ୫ ଲକ୍ଷ ଟଙ୍କା ଚାଲୁ କରିଛନ୍ତି । ଏହି ଘଟଣାରେ ମିଳିତ ରୂପେ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଦୁର୍ନୀତି କରିବାରେ ସଫଳ ହୋଇଛନ୍ତି । ଜିଲ୍ଲାପାଳ ମଧୁସୂଦନ ଦାଶ ଅଭିଯୋଗ ଗ୍ରହଣ କରିଥିବା ବେଳେ ଘଟଣାର ତଦନ୍ତ କରିବେ । ଦୋଷୀ ସାବ୍ୟସ୍ତ ସମସ୍ତ ବ୍ୟକ୍ତି ଏବଂ ଅଧିକାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.