ବିଜେପୁର ସିଡିପିଓ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ସିଡିପିଓ କାର୍ଯ୍ୟାଳୟରେ ମାସିକିଆ ଗାଡି ଲଗାଇବାର ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ କହିବା ଅନୁସାରେ ପ୍ରଥମେ ଟେଣ୍ଡରର ବିଜ୍ଞପ୍ତି ପ୍ରକାଶ ପାଇବ । ତା’ପରେ ଲୋକମାନେ ଆବେଦନ କରିବେ ଏବଂ ଟେଣ୍ଡର ହେବ ଓ ପରବର୍ତ୍ତୀ ସମୟରେ ଯିଏ ଟେଣ୍ଡର ପାଇବ ତାଙ୍କ ନାମରେ କିଛି ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବ । କିନ୍ତୁ ଅଭିଯୋଗକାରୀଙ୍କ କହିବା କଥା ହେଲା ଗୋଟିଏ ଦିନରେ ଟେଣ୍ଡରର ବିଜ୍ଞପ୍ତି ପ୍ରକାଶ କରି ଗୋଟିଏ ଦିନରେ ଟେଣ୍ଡରର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏ ବାବଦରେ ଆମ ପ୍ରତିନିଧି ସିଡିପିଓ ମାଡାମ୍ ପ୍ରତିକ୍ରିୟା ନେବା ପାଇଁ ଯାଇଥିଲେ ହେଲେ ସିଡିପିଓ କ୍ୟାମେରା ସାମ୍ନାରେ କହିବା ପାଇଁ ମନା କରିଦେଲେ ।

Leave A Reply

Your email address will not be published.